ଜିଲ୍ଲାପାଳଙ୍କ ଭଞ୍ଜନଗର ଉପଖଣ୍ଡ ଗସ୍ତ ବେଳେ ବୁଗୁଡା ବୈଠକରେ ପରାମର୍ଶ

0
264

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ନଭେମ୍ବର ୫ ତାରିଖ ଦିନ ଭଞ୍ଜନଗର ଉପଖଣ୍ଡ ଗସ୍ତରେ ଆସି ଶେଷ ପର୍ଯ୍ୟାୟରେ ସନ୍ଧ୍ୟା ୫ ଟା ସମୟରେ ବୁଗୁଡ଼ାରେ ପହଞ୍ଚି ପୂର୍ତ୍ତବିଭାଗ ଡାକ ବଙ୍ଗଳାରେ ଆୟୋଜିତ ବୈଠକରେ ଯୋଗଦେଇ ପରାମର୍ଶ ପ୍ରଦାନ କରିଥିଲେ। ପ୍ରଥମେ ସୋରଡ଼ା ବ୍ଲକ ଗସ୍ତ କରିବା ପରେ ଭଞ୍ଜନଗର, ବେଲଗୁଣ୍ଠା ଓ ଜଗନ୍ନାଥପ୍ରସାଦ ବ୍ଲକ ଗସ୍ତ କାର୍ଯ୍ୟକ୍ରମ ଶେଷକରି ବୁଗୁଡା ବ୍ଲକରେ ପହଞ୍ଚିଥିଲେ।ବୁଗୁଡା ଡାକ ବଙ୍ଗଳାରେ ଆୟୋଜିତ ବୈଠକରେ ମୂଖ୍ୟତଃ ମନୋରଗା, କୋଭିଡ ସଂକ୍ରମଣ, ଓ ପରିମଳ ଉପରେ ଗୁରୁତ୍ୱ ଆରୋପ କରି ପରାମର୍ଶ ଦେଇଥିଲେ। ଏହି ବୈଠକରେ ପାଞ୍ଚାୟତ ପ୍ରତିନିଧି ବୃନ୍ଦଙ୍କ ସମେତ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର,ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ, ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ସିଡ଼ିପିଓ, ବିଇଓ, ବ୍ଲକ ସହକାରୀ ଯନ୍ତ୍ରୀ ଙ୍କ ସମେତ ଅନ୍ୟାନ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ। ସନ୍ଧ୍ୟା ୬ ଟା ପରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବୁଗୁଡା ଛାଡିଥିଲେ।

LEAVE A REPLY

Please enter your comment!
Please enter your name here