ବ୍ରହ୍ମପୁର ବନାଞ୍ଚଳ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
237

ବ୍ରହ୍ମପୁର: ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ଦିଲ୍ଲିପ କୁମାର ମାର୍ଥାଙ୍କୁ ବନ ବିଭାଗ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆଜି ସ୍ଥାନୀୟ ଆସ୍କାରୋଡ ସ୍ଥିତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଟ ଅଧିକାରୀଙ୍କ ଉପସ୍ଥିତିରେ ବିଭାଗ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛି । ଶ୍ରୀ ମାର୍ଥା ୧୯୮୯ ମସିହାରୁ ବନ ବିଭାଗରେ କାର୍ଯ୍ୟକରି ଆସୁଥିଲେ । ସେ ଗଞ୍ଜାମ ଜିଲ୍ଲାର ପୁରୋଷତ୍ତମପୁର ବିଟରୁ ନିଜର ଚାକିରୀ ଜୀବନ ଆରମ୍ଭ କରି ସୋରଡା, ଆସିକା, ଖଲ୍ଲିକୋଟ, ବ୍ରହ୍ମପୁର ଭଳି ବନାଞ୍ଚଳରେ ରେଞ୍ଜର ଭାବେ ନିଜର କାର୍ଯ୍ୟ କରିଛନ୍ତି । ବିଗତ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଧରି ସେ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ସେ ଅବସର ଗ୍ରହଣ କରିଛିନ୍ତି । ଆଜି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ, ଏସିଏଫ ଅଶୋକ ବେହେରା, ଏସିଏଫ ଏ ମାଧବି ଲତା, ତ୍ରୀନାଥ ପଟ୍ଟନାୟକ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବ୍ରହ୍ମପୁର ବନାଞ୍ଚଳରେ ବନପାଳ ଭାବେ କାର୍ଯ୍ୟରତ ଥିବା ପୁଷ୍ପଲତା ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସେ ବର୍ତ୍ତମାନ ଡେପୁଟି ରେଞ୍ଜର ଭାବେ ପଦନ୍ନୋତି ପାଇଥିବା ବେଳେ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟକୁ ତାଙ୍କର ବଦଳି ହୋଇଛି । ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ରେଞ୍ଜର ରଜତ କୁମାର ମିଶ୍ର, ସିଦ୍ଧିର୍ଥ ସାହୁ, କାହ୍ନୁ ଚରଣ ପଟ୍ଟନାୟକ, ବନପାଳ ପ୍ରଦିପ ପଣ୍ଡା, ରୁପକ ରଞ୍ଜନ ପାତ୍ର, ବାବୁ ସେଠୀ, ଘରମଣୀ ପାଣିଗ୍ରାହୀ , ବନରକ୍ଷୀ ରାଜିବ ବେହେରା, କିଶୋର ପଣ୍ଡା, ନିଳ ମାଧବ ଜେନା, ଜୟକୃଷ୍ଣ ବେହେରା ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ସେହିପରି ପାରା ବନ କର୍ମଚାରୀ କପିଲେଶ୍ୱର ଦାଶ, ମଙ୍ଗଳ ପାଣିଗ୍ରୀହୀ, ଆକାଶ ପାଣିଗ୍ରାହୀ, ପାଣୁ ଚରଣ ପ୍ରଧାନଙ୍କ ସମେତ ସମସ୍ତ ପାରା କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here