ବାଲିଗୁଡା ରେ ପ୍ରବଳ ବର୍ଷା ପବନ ସହିତ ବିଜୁଳି ମାଡ଼: ବିଦ୍ୟୁତ ସେବା ବିଛିନ୍ନ

0
255

ବାଲିଗୁଡ଼ା,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଦେଖିବାକୁ ମିଳିଛି ଅଦିନିଆ ବର୍ଷା ସାଙ୍ଗକୁ ପବନର ମାଡ | ଅପରାହ୍ନ ସମୟରେ କଳାହାଣ୍ଡିଆ ମେଘ ସହିତ ପବନ ବର୍ଷା ହୋଇଯାଇଛି | ବର୍ଷା ସହିତ ପବନର ମାତ୍ରା ପ୍ରଖର ଥିବାରୁ ଲୋକେ ପଦାକୁ ବାହାରି ପାରିନ ଥିଲେ | ଏହି ପବନ ଓ ବର୍ଷା ପ୍ରାୟ ଅଧ ଘଣ୍ଟା ଧରି ଲାଗି ରହିବା ଫଳରେ ଛୋଟ ତଥା ଉଠା ଦୋକାନୀ ମାନଙ୍କର ଜରି ପାଲ ଓ ଜିନିଷ ପତ୍ର ସବୁ ଉଡାଇ ନେଇଛି l ବର୍ଷା ଛାଡିବା ପରେ ପରେ ଲୋକଙ୍କ ଚଳ ପ୍ରଚଳ ହେବାର ଦେଖିବାକୁ ମିଳିଥିଲା | ବର୍ଷା ଆରମ୍ଭ ହେଉ ହେଉ ବିଦ୍ୟୁତ ଚାଲି ଯାଇଛି | ଟାଉନ ତଥା ଆଖ ପାଖ ଅଞ୍ଚଳ ର ବିଭିନ୍ନ ସ୍ଥାନରେ ଗଛ ଡାଳ ପତ୍ର ପଡି ବିଦ୍ୟୁତ ବିଛିନ୍ନ ହୋଇଥିବା ବେଳେ ରାତ୍ର ସୁଦ୍ଧା ବିଦ୍ୟୁତ ଆସିନାହିଁ l ଦୀର୍ଘ ଦିନ ଧରି ପ୍ରବଳ ଖରା ଓ ଗରମ ଅଦିନିଆ ବର୍ଷା ସାଙ୍ଗକୁ ପବନର ମାଡ ବାଲିଗୁଡା ବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି |
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here