କରୋନାର ଦ୍ଵିତୀୟ ଲହରୀ ରୋକିବା ପାଇଁ ସଚେତନତା ରଥ

0
307

ବ୍ରହ୍ମପୁର( ପ୍ରଣୟ ପଣ୍ଡା ) ଗଞ୍ଜାମ ଜିଲ୍ଲାରେ କରୋନାର ଦ୍ଵିତୀୟ ଲହରୀ ରୋକିବା ପାଇଁ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କ୍ଷେତ୍ରୀୟ ଜନସମ୍ପର୍କ ଅଧିକାରୀ ମନମୋହନ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଯାତ୍ରା ଆରମ୍ଭ କରିଥିବା କରୋନା ସଚେତନତା ରଥକୁ ସିଡିଏମଓ ଡାକ୍ତର ଉମା ଶଙ୍କର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। କରୋନା ଦ୍ଵିତୀୟ ଲହରୀକୁ ରୋକିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ସହର ଓ ପଲ୍ଲୀ ଗ୍ରାମରେ ଏହି କରୋନା ଭୁତାଣୁ ସଚେତନତା ରଥ ପରିଭ୍ରମଣ କରି ଜନସଚେତନତା ସୃଷ୍ଟି କରିବ। କରୋନା ସଂକ୍ରମଣ କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦୂର ହୋଇନଥିବା ବେଳେ ଏବଂ ଶୀତ ଋତୁରେ ଅଧିକ ବ୍ୟାପିବା ସମ୍ଭାବନା ଥିବା ବେଳେ ସମସ୍ତେ ସଚେତନ ରହିଲେ ଦ୍ଵିତୀୟ ଲହାରୀକୁ ରୋକା ଯାଇପାରିବ। ସେଥିପାଇଁ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏଥିସହିତ ବାରମ୍ବାର ସାବୁନ ବା ହେଣ୍ଡୱାସ ଦ୍ୱାରା ହାତ ସଫାକରିବା ଓ ପରିବେଶ ସଫାସୁତୁରା ରଖିବାକୁ ନିବେଦନ କରାଯାଇଛି। କ୍ଷେତ୍ରୀୟ ଜନସମ୍ପର୍କ ଅଧିକାରୀ ଶ୍ରୀ ପାଢ଼ୀ ଏହି ସଚେତନତା ବାର୍ତ୍ତା ପ୍ରଚାର କରି ବ୍ରହ୍ମପୁର ସହରର ବିଭିନ୍ନ ସାହିରେ ଏହି ସଚେତନତା ରଥ ବୁଲିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here