ବରିଷ୍ଠ ବିଜେଡି ନେତା ସ୍ବର୍ଗତ ଦେବରାଜ ସାହୁ ଓ ସ୍ବର୍ଗତ ପ୍ରଫୁଲ ଚନ୍ଦ୍ର ତିଆଡ଼ିଙ୍କ ପରିବାରକୁ ସମବେଦନା ଜଣାଇଲେ ପୋଲସରା ବିଧାୟକ

0
322

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ବହୁ ଚର୍ଚ୍ଚିତ ବିଜେଡି ନେତା ଦେବରାଜ ସାହୁଙ୍କୁ ବନ୍ଧୁକ ଗୁଳିରେ ହତ୍ୟା ଘଟଣାରେ ଗୁରୁବାର ରାଜ୍ୟ ବିଜେପି ଟିମ ପହଂଚି ଘଟଣା ର ଅନୁଧ୍ୟାନ କରିଥିବା ବେଳେ ଶୁକ୍ରବାର ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ସ୍ବର୍ଗତ ଦେବରାଜ ସାହୁଙ୍କ ବାସଭବନ ରେ ପହଂଚି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ | ଏପରି ଅମାନୁଷିକ ହତ୍ୟାକାଣ୍ଡ କୁ କଠୋର ଭାଷାରେ ନିନ୍ଦା କରିବା ସହିତ ଖୁବ ଶୀଘ୍ର ଅଭିଯୁକ୍ତ ଙ୍କୁ ଧରିବାରେ ପୋଲିସ ସଫଳ ହେବ ବୋଲି ଆଶା ବାନ୍ଧିଛନ୍ତି | ପରେ ପରେ ବେଗୁନିଆପଡା ବ୍ଲକ 46 ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି ଙ୍କ ବାସଭବନ ରେ ବିଧାୟକ ଙ୍କ ସମେତ ବେଗୁନିଆପଡା ବ୍ଲକ 44 ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ମନୋଜ କୁମାର ପାଣ୍ଡୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ଭୂୟାଁ,ବିଜୟ କୁମାର ନାୟକ,ବୁଲା ଜେନା,ପଦ୍ମ ଚରଣ ସ୍ୱାଇଁ, ବସନ୍ତ କୁମାର ବାରିକ,ମହେନ୍ଦ୍ର ଗୌଡ଼, ଗୋପବନ୍ଧୁ ସାହୁ,ପ୍ରକାଶ ଚନ୍ଦ୍ର ପାଣ୍ଡୀ, ଦେବରାଜ ସ୍ୱାଇଁ ସମେତ ଅନ୍ୟମାନେ ପହଂଚି ସ୍ବର୍ଗତ ତିଆଡ଼ି ଙ୍କ ପରିବାର କୁ ସମବେଦନା ଜଣାଇଥିଲେ |

LEAVE A REPLY

Please enter your comment!
Please enter your name here