ପୂଜା ଚାନ୍ଦା ଜବରଦସ୍ତ ଆଦାୟ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ

0
679

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ସମ୍ପ୍ରତ୍ତି ଅଗ୍ର ପୂଜ୍ୟ ଶ୍ରୀ ଗଣେଶ ମହୋତ୍ସବ ଆଦି ସମ୍ପାଦିତ ହୋଇଯାଇଥିବା ବେଳେ ଆଗକୁ ବିଶ୍ୱ କର୍ମା ଏବଂ ଶାରଦୀୟ ପୂଜା ପାର୍ବଣ ଆଦି ରହିଛି । ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାରୁ ଏହି ସମୟରେ ଅପରାଧିକ କାର୍ଯ୍ୟକଳାପ ଏବଂ ଅପରାଧି ମାନଙ୍କ ଉପରେ ତୀକ୍ଷ୍ମ ନଜର୍ ରଖାଯିବା ସଙ୍ଗେ ସଙ୍ଗେ ଆଇନ ଶୃଙ୍ଖଳା କିଭଳି ନିୟନ୍ତ୍ରଣ ଏବଂ ଶଙ୍ଖଳିତ ବାତାବରଣ ରକ୍ଷା ରଖିବା ନେଇ ବ୍ରହ୍ମପୁର ଜିଲା ଆରକ୍ଷୀ କାର୍ଯ୍ୟାଳୟରେ ଦପ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳ ହେଉ କିମ୍ବା ସହରାଞ୍ଚଳରେ ହେଉ ଥିବା ବିଭିନ୍ନ ପୂଜା କମିଟି ମାନଙ୍କ ପକ୍ଷରୁ ପୂଜା ନାମରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିବା ଅଭିଯୋଗ ଆସିଲେ ସେଥି ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଥାନାଧିକାରୀ ମାନଙ୍କୁ ନିର୍ଦ୍ଦେଷ ହୋଇଥିବା ଜାଣିବାକୁ ମିଳିଛି । ରାସ୍ତା ଅବରୋଧ କରି କିମ୍ବା ରାସ୍ତାରେ ଗାଡି ଅଟକାଇ ପଥଚାରୀ ମାନଙ୍କୁ ହଇରାଣ ହରକତ କରି ଚାନ୍ଦା ମଗାଯାଉଥିବା ଅଭିଯୋଗ ଆସିଲେ ସେଥିପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି । ଖଲାସ ହୋଇଥିବା କିମ୍ବା ଜାମିନରେ ବାହାରିଥିବା ଅଭିଯୁକ୍ତମାନଙ୍କ ପ୍ରତି ପୋଲିସର କଡା ନଜର୍ ରଖାଯିବା ସହିତ ୱାରେଣ୍ଟି ମାନଙ୍କ ଉପରେ ତୀକ୍ଷ୍ମ ନଜର୍ ରଖିବା ପାଇଁ ନିର୍ଦ୍ଦେଶ ହୋଇଥିବା ଜାଣିବାକୁ ମିଳିଛି । ପାର୍ବଣ ଋତୁରେ ବିଶେଷ କରି ବଡ ବଡ ବ୍ୟବସାୟୀ, ନେତା ତଥା ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଦପ୍ତରର କର୍ମଚାରୀ ଅଧିକାରୀ ଯନ୍ତ୍ରୀ ଆଦି ମାନଙ୍କୁ ବିଭିନ୍ନ ସଂଗଠନ କିମ୍ବା କୁଖ୍ୟାତ ଅପରାଧି ମାନଙ୍କ ନାମରେ ଚାନ୍ଦା ଆଦାୟ ହେଉଥିବା ବେଳେ ଏନେଇ ଆସୁଥିବା ଅଭିଯୋଗ ଉପରେ ଗୁରୂତ୍ୱାରୋପ ଦିଆଯାଇଥିବା ଜଣାଯାଇଛି । ସେହିପରି ପାର୍ବଣ ଋତୁରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ନେଇ ବର୍ତ୍ତମାନ ଠାରୁ ହିଁ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ ହୋଇଯାଇଥିବା ଜଣାଯାଇଛି । ଅପରାଧିକ ଗତିବିଧି ଉପରେ ନଜର ରଖିବା ପାଇଁ ଦୈନିକ ପେଟ୍ରୋଲିଂ ଜୋରଦାର କରାଯିବା ସହିତ ବେଆଇନ କାର୍ଯ୍ୟକଳାପ ଗୁଡିକ ଉପରେ ସମସ୍ତ ପ୍ରକାର ତଥ୍ୟ ସଂଗ୍ରହ କରାଯାଇ ଅତର୍କିତ ଛାପା ମରାଯାଇ କାର୍ଯର୍୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି

LEAVE A REPLY

Please enter your comment!
Please enter your name here