କନ୍ଧମାଳ ଜିଲ୍ଲାରେ ତୁରନ୍ତ ମେଡିକାଲ କଲେଜ ସ୍ଥାପନ ପାଇଁ ମିଳିତ ନାଗରିକ ମଞ୍ଚ ତରଫରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳ ଙ୍କ ଜରୀଆରେ ଦାବିପତ୍ର

    0
    633

    ଫୁଲବାଣୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗତକାଲି ମିଳିତ ନାଗରିକ ମଞ୍ଚ ପକ୍ଷରୁ କନ୍ଧମାଳ ରେ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ମିଳିତ ନାଗରିକ ମଞ୍ଚ ସହିତ ସମସ୍ତ ସ୍କୁଲ, କଲେଜ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।କନ୍ଧମାଳ ରେ ମେଡ଼ିକାଲ କଲେଜ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରିଆସୁଥିଲେ ମଧ୍ୟ କୌଣସି ସରକାର ଦୃଷ୍ଟି ଦେଉନାହାନ୍ତି।କନ୍ଧମାଳ ଗୋଟେ ଗରିବ ଜିଲ୍ଲା ,ଏଠାରେ ଗରିବ ଆଦିବାସୀ, ହରିଜନ,ଏବଂ ପଛୁଆ ବର୍ଗର ଲୋକମାନେ ଅଧିକ ବସବାସ କରନ୍ତି। ଲୋକମାନଙ୍କର ଟିକେ କଣ ଅସୁବିଧା ହେଲେ ଅତିଶୀଘ୍ର ବ୍ରହ୍ମପୁର ମେଡ଼ିକାଲ କୁ ପଠେଇଦେଇଥାନ୍ତି ଫଳରେ ନିରୀହ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ତେଣୁ କନ୍ଧମାଳ ରେ ମେଡିକାଲ କଲେଜ ସ୍ଥାପନ କଲେ ଲକ୍ଷ ଲକ୍ଷ ଲୋକ ସ୍ୱାସ୍ଥ୍ୟ ସେବା ପାଇପାରିବେ।
    ଏପଟେ କନ୍ଧମାଳ ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ଓ କନଭେନର ବରିଷ୍ଠ ସାମ୍ବାଦିକ ସୁନିଲ ପଟନାୟକ ଅତିଶୀଘ୍ର କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାକୁ ବନ୍ଦ ଡାକରା ଦିଆଯାବା ସହ
    ଯୋର ଯାର ଦାବୀ କରାଯିବ ବୋଲି ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି।ତେଣୁ ସରକାର ଅତିଶୀଘ୍ର ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରନ୍ତୁ ବୋଲି କନ୍ଧମାଳ ଜନସାଧାରଣ ଙ୍କ ଦାବି।

    LEAVE A REPLY

    Please enter your comment!
    Please enter your name here