ବେଲଗୁଣ୍ଠା ଜଗନ୍ନାଥ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

0
270

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବେଲଗୁଣ୍ଠା ବଡଦାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।ପବିତ୍ର କାର୍ତ୍ତିକ ମାସରେ ଏହି ବର୍ଷ ଛ ଦିନ ପଞ୍ଚୁକ ପଡିଥିବାରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।କୋଭିଡ କଟକଣା ମଧ୍ୟରେ ଭକ୍ତ ମାନେ ମନ୍ଦିରକୁ ନ ଯାଇ ମୁଖ୍ୟ ଦ୍ୱାର ନିକଟରୁ ମହାପ୍ରଭୁଙ୍କ ଦର୍ଶନ ଲାଭ କରି କୃତ୍ୟ କୃତ୍ୟ ହୋଇଥିଲେ ।ଗତ ୨୬ ତାରିଖ ରାତି ୧୨ଟାରେ ମହାପ୍ରଭୁଙ୍କ ବେଶ ଆରମ୍ଭ ହୋଇ ଭୋର୍ ୪ଟାରେ ସମାପ୍ତ ହୋଇଥିଲା ।ସକାଳ ୫ଟାରେ ମଙ୍ଗଳ ଆଳତି,୬ଟାରେ ଅବକାଶ ନିତି,୮ଟାରେ ବାଳ ଭୋଗ,୧୨ଟାରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ଥିଲା ।ଅପରାହ୍ନରେ ମନ୍ଦିର ଉପରେ ଧ୍ୱଜା ବନ୍ଧାଯାଇ ମହାଦୀପ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା ।ସଂଧ୍ୟାରେ ପ୍ରଭୁଙ୍କ ୧୦୮ଆରତୀ ଅନୁଷ୍ଠିତ ହୋଇଥିଲା ।ରାଧାମୋହନ ଦାସ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ସଜାଇଥିବା ବେଳେ ଚିଦାନନ୍ଦ ପାତ୍ର,ରମାକାନ୍ତ ପତି,ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।ରାତି ୯.୩୦ମି ସମୟରେ ମହାପ୍ରଭୁ ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ ।
ଫଟୋ

LEAVE A REPLY

Please enter your comment!
Please enter your name here