ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ ଅଭିଭାବକ – ଶିକ୍ଷକ ସମ୍ମିଳନୀ

0
249

ବୁଗୁଡା : ବୁଗୁଡା ପିପୁଲସ କଲେଜର ଅର୍ଥଶାସ୍ତ୍ର ବିଭାଗ ପକ୍ଷରୁ ଦ୍ଵିତୀୟ ଅଭିଭାବକ – ଶିକ୍ଷକ ସମ୍ମିଳନୀ ଏପ୍ରିଲ ୨୭ ତାରିଖ ଦିନ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜ ପରିଚାଳନା ପରିଷଦ ସଭାପତି ରଜନୀକାନ୍ତ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଭାବକ ଶିକ୍ଷକ ସମ୍ମିଳନୀରେ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ବିନୋଦ କୁମାର କର ଯୋଗ ଦେଇଥିଲେ। ଅର୍ଥଶାସ୍ତ୍ର ବିଭାଗ ମୁଖ୍ୟ ଅଧ୍ୟାପକ ଅଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଶ୍ରୀ କର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭାଗୀୟ ଅଧ୍ୟାପିକା ଭି.ସନ୍ତୋଷିନୀ ରାଜୁ ଛାତ୍ରଛାତ୍ରୀ ବୃନ୍ଦ ଶ୍ରେଣୀରେ ଉପସ୍ଥିତ ରହି ସମସ୍ତ ପାଠ୍ୟ କାର୍ଯ୍ୟକ୍ରମ ସୁଚାରୁରୂପେ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ। ସେମିନାର, ଲାଇବ୍ରେରୀ, କେରିୟାର କାଉନସିଲିଂ ଓ କମ୍ପୁଟର ଶିକ୍ଷା ବିଷୟ ନେଇ ଆଲୋଚନା ହୋଇଥିଲା। ବହୁ ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here