ଗଞ୍ଜାମ ଜିଲ୍ଲାରେ ଅମାନିଆ ଗଣିଲେ ତଣ୍ଡ ; ମାସ୍କ ନପିନ୍ଧି ଦେଲେ ୮୯,୪୦୦

0
524

ଗଞ୍ଜାମ(ନିଲୁ ବିଶୋଇ)ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଧି ନ ଥିବା କିଛି ଅମାନିଆଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି। ବାରମ୍ବାର ସଚେତନା ସ୍ୱତେ ମଧ୍ୟ ଏହାକୁ କିଛି ଲୋକ ଅମାନ୍ୟ କରିଚାଲିଛନ୍ତି। ଫଳସ୍ବରୁପ ଏହି କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଏ ବାବଦରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୮୯ ହଜାର ୪୦୦ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହା ସହିତ ରାତ୍ରିକାଳୀନ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଶନିବାର ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here