ବୁଗୁଡା ପଞ୍ଚାୟତ ସମିତିର ତୃତୀୟ ଅଧିବେଶନ

0
283

ବୁଗୁଡା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପଞ୍ଚାୟତ ସମିତିର ତୃତୀୟ ଅଧିବେଶନ ବୁଦ୍ଧଖୋଲ କଲ୍ୟାଣ ମଣ୍ଡପ ପରିସରରେ ଏପ୍ରିଲ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀଙ୍କ ଅଧ୍ୟକ୍ଷତାରେରେ ଅନୁଷ୍ଠିତ ଅଧିବେଶନରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ନିଜ ବକ୍ତବ୍ୟରେ ଦଳୀୟ ମନୋଭାବ ନରଖି ସମସ୍ତଙ୍କ ସୁବିଧା ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ବାଇଁ ଓ ଚାନ୍ଦିନୀ ନାୟକ, ଓ ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। ବିଡ଼ିଓ ଶ୍ରୀ ପାତ୍ର ବୈଠକର ଆଲୋଚ୍ୟ ପ୍ରସଙ୍ଗ ଉପରେ ଧାରଣା ପ୍ରଦାନ କରିଥିଲେ। କେତେକ ଷ୍ଟାଣ୍ଡିଙ୍ଗି କମିଟି ଗଠନ ସହ ପାନୀୟ ଜଳଯୋଗାଣ ବିଷୟ ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ବୈଠକରେ ଯୋଗଦେଇ ସେମାନଙ୍କ ବିଭାଗ ବିଷୟରେ ପ୍ରକାଶ କରିଥିଲେ। ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ବୃନ୍ଦ ବୈଠକରେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here