ପୋଲସରାରେ ପୂର୍ବତଟ ରେଳ ବିଭାଗ ଅଧିକାରୀ

0
253

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ଲୁଣିଘାଟି ପଡ଼ିଆରେ ପୂର୍ବତଟ ରେଳ ବିଭାଗ ଅଧିକାରୀ ବୃନ୍ଦ ହେଲିକପ୍ଟର ଯୋଗେ ଆସି ଅବତରଣ କରିଥିଲେ । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲାରେ ପୂର୍ବତଟ ରେଳବାଇର ଏକ ନୂତନ ମାଲ ପରିବହନ କରିଡର ନିମନ୍ତେ ସର୍ଭେ କାମ ଚାଲୁ ରହିଛି । ଏହା ବିଜୟୱାଡ଼ା ଠାରୁ ଖଡ଼ଗପୁର ପର୍ଯ୍ୟନ୍ତ ନିର୍ମାଣ ହେବ । ଏଥି ନିମନ୍ତେ ଏରିଲ୍ ଲିଡର୍ ସର୍ଭେ କାର୍ଯ୍ୟ ଚାଲୁ ରହିଛି । ଦେଶର ପ୍ରମୁଖ ସହର ମାନଙ୍କ ମଧ୍ୟରେ ରେଳ ଟ୍ରାଫିକ ସମସ୍ୟାକୁ ସମାଧାନ କରିବା ଓ ସହଜ ଯୋଗାଯୋଗ ସହ ମାଲ ପରିବହନ କ୍ଷମତାକୁ ବୃଦ୍ଧି କରିବା ନିମନ୍ତେ ଏହା କାର୍ଯ୍ୟକାରୀ ହେଉଛି । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଏରିଲ୍ ଲିଡର୍ ସର୍ଭେ କାମ ଆରମ୍ଭ ହୋଇଥିବାରୁ କେନ୍ଦ୍ରୀୟ ଦଳ ହେଲିକପ୍ଟର ଯୋଗେ ଆସି ପୋଲସରା ଲୁଣିଘାଟି ପଡ଼ିଆରେ ଅବତରଣ କରିଥିଲେ। ଏହି ସର୍ଭେ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ରଙ୍ଗେଇଲୁଣ୍ଡା ହେଲିପ୍ୟାଡ ଓ ପୋଲସରା ହେଲିପ୍ୟାଡ୍ ବ୍ୟବହାର କରିବା ସହ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଅନୁମତି ମାଗିଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୋଲସରା ପ୍ରଶାସନକୁ ପତ୍ର ପ୍ରଦାନ କରି ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପ୍ରକାରେ ପୋଲସରା ତହସିଲିଦାର ଦିଲ୍ଲୀପ କୁମାର ନାୟକ , ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଓ ଅଗ୍ନିଶମ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଲୁଣିଘାଟି ପଡିଆର ସ୍ଥିତି ପରିଦର୍ଶନ କରି ଏକ ଅସ୍ଥାୟୀ ହେଲିପ୍ୟାଡ଼ ନିର୍ମାଣ କରିଥିଲେ । ସୁରକ୍ଷା ପାଇଁ ପୋଲସରା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ହେଲିପ୍ୟାଡର ଚାରିପଟେ ସୁରକ୍ଷା ବଳୟ କରାଯାଇଥିଲା। ରେଳ ବିଭାଗର କେନ୍ଦ୍ରୀୟ ଟିମ୍ ଆସି ଲୁଣିଘାଟି ହେଲିପ୍ୟାଡ ରେ ପହଞ୍ଚି ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପୁଣି ଭୁବନେଶ୍ୱର ଫେରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here