ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣରେ ଯୁବକ ଗୁରୁତର

0
261

ବାଲିଗୁଡ଼ା:(ନ୍ୟୁଜ ଏକ୍ସଟ୍ରା): ବଳଦ ଖୋଜିବାକୁ ଯାଇ ବରାହ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରଢ଼ା ଗ୍ରାମରେ । ସୂଚନା ପ୍ରକାରେ ରଢ଼ା ଗ୍ରାମର ବିକ୍ରମ ସୁକାମାଝୀ ନାମକ ୨୮ ବର୍ଷୀୟ ଯୁବକଙ୍କ ବଳଦ ଜଙ୍ଗଲକୁ ଚରିବାକୁ ଯାଇଥିଲେ । ବଳଦ ଫେରିବାରେ ବିଳମ୍ବ ହେବାରୁ ଖୋଜିବାକୁ ନିକଟସ୍ଥ ଜବା ଜଙ୍ଗଲକୁ ଯାଇଥିଲେ ବିକ୍ରମ । ବଳଦ ଖୋଜି ଫେରିବା ସମୟରେ ସେହି ଜଙ୍ଗଲରେ ଏକ ନାଳ ନିକଟରେ ହଠାତ୍ ଏକ ବରାହ ଆସି ବିକ୍ରମ ଙ୍କୁ ଆକ୍ରମଣ କରିଥିଲା । କୌଣସି ପ୍ରକାରେ ବିକ୍ରମ ବରାହ କବଳରୁ ମୁକୁଳି ଯାଇଛନ୍ତି ସତ କିନ୍ତୁ ବରାହ ଆକ୍ରମଣରେ ବିକ୍ରମଙ୍କ ଦୁଇ ଜଙ୍ଘ, ଗୋଡ଼ ଓ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ବିକ୍ରମ ସୁକାମାଝୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here