ବୁଗୁଡା ଆଇଆଇସି ଶ୍ରୀ ବେହେରା ସମ୍ବର୍ଦ୍ଧିତ

0
265

ବୁଗୁଡା(ନ୍ୟୁଜ ଏକ୍ସଟ୍ରା) ଉତ୍ତମ ଜନସମ୍ପର୍କ ଓ ସଫଳ ରକ୍ତଦାନ ଶିବିର ପାଇଁ ଗଞ୍ଜାମ ଏସପିଙ୍କ ଦ୍ଵାରା ବୁଗୁଡା ଆଇଆଇସି ସମ୍ବର୍ଦ୍ଧିତ ହୋଇଛନ୍ତି। ମାର୍ଚ୍ଚ ୨୫ ତାରିଖରେ ବୁଗୁଡା ଥାନାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୦୧ ୟୁନିଟ ରକ୍ତ ସଂଗ୍ରହ ହେବା ଏବଂ ସମସ୍ତ ଲୋକ ପ୍ରତିନିଧି, ସାମ୍ବାଦିକ ଓ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ଦେଖି ପୋଲିସ ବିଭାଗ ଉଚ୍ଚ ଅଧିକାରୀ ବୃନ୍ଦ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି। ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଭଞ୍ଜନଗର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ଉପସ୍ଥିତ ରେ ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ ରାଏ, ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କୁ ସିଲଡ଼ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବୁଗୁଡା ଥାନା ଆଇଆଇସି ଶ୍ରୀ ବେହେରା ସମ୍ବର୍ଦ୍ଧିତ ହୋଇଥିବା ଯୋଗୁଁ ବୁଗୁଡା ଥାନାର ସମସ୍ତ କର୍ମଚାରୀ ଓ ଜନସାଧାରଣ ଆନନ୍ଦ ପ୍ରକାଶ କରିବା ସହ ଜଣେ ଉତ୍ତମ ପୋଲିସ ଅଧିକାରୀ ପାଇଥିବା ଯୋଗୁଁ ଗର୍ବ ଅନୁଭବ କରିଛନ୍ତି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here