କଳାକାର ମହାସଂଘ ପକ୍ଷରୁ କଳାକାର ସମ୍ବର୍ଦ୍ଧିତ

0
247

ବ୍ରହ୍ମପୁର :କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ହୃଷୀକେଶ ହୋତା, ଗ୍ରାମୀଣ ନାଟ୍ୟ ଗୁରୁ ଶଙ୍କର୍ଷଣ ବେହେରା ଏବଂ ସୁନାମଧନ୍ୟ କଳାକାର ଅଧ୍ୟାପକ ପ୍ରଶାନ୍ତ କୁଣ୍ଡଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ସହ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଛି । ପବିତ୍ର ଶ୍ରୀରାମ ନବମୀ ଯାତ୍ରା ଅବସରରେ ଖରିଆଗୁଡ଼ା, ମା କାଳୁଆ ନାଟ୍ୟ ସଂସଦ ଓ ପାଠାଗାର ଆୟୋଜିତ ସାଂସ୍କୃତିକ ସଭାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ନାଟ୍ୟକାର ଯୁଦ୍ଧିସ୍ଥିର ଭଞ୍ଜ ସାମନ୍ତ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ଶିକ୍ଷାବିତ୍ ନୀଳକଣ୍ଠ ନାଲ୍ଲା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ନାଟ୍ୟ ସଂଗଠନ ଗୁଡ଼ିକ ସାମାଜିକ ଶୃଙ୍ଖଳା ଓ ଐକ୍ୟବୋଧ୍ ସୃଜିଥାଏ ବୋଲି ମତବ୍ୟକ୍ତ କରିବା ସହିତ ପ୍ରତିଭାଧର କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ପାଠାଗାର ସଭାପତି ବାବୁଲା ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ମହାସଂଘ ମହାସଚିବ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ। ରୋଶନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ମା ବନଦୂର୍ଗା ନାଟ୍ୟ ସଂଘ ପ୍ରଯୋଜିତ ନାଟକ ରାମାୟଣ ପରିବେଷଣ କରାଯାଇଥିଲା । ସମସ୍ତ କଳାକାରଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ସର୍ବଶ୍ରୀ ଦାଶରଥି ପ୍ରଧାନ, ଅମିତ୍ କୁମାର ପ୍ରଧାନ, କିଶୋର ପ୍ରଧାନ, ବୁଲୁ କୁଣ୍ଡ, ଧରମା ପ୍ରଧାନ, ଗଣେଶ ପ୍ରଧାନ, ପିଣ୍ଟୁ ଗୌଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସୀମାଞ୍ଚଳ କୁଣ୍ଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here