ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିକ୍ଷା ସଚେତନତା ଅଭିଯାନ

0
562

ବ୍ରହ୍ମପୁର: ଶିକ୍ଷାବର୍ଷ ପ୍ରାରମ୍ଭରୁ ସଚେତନତା ଉପରେ ଗୁରୁତ୍ୱ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଚାଲ ସ୍କୁଲ ଯିବା ଅଭିଯାନ।ଶିକ୍ଷା ସଚେତନତା ରଥ ମାଧ୍ୟମରେ ପିଲାଙ୍କ ସହିତ ସେମାନଙ୍କ ଅବିଭାବକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। କୋଭିଡ କଟକଣା ଭିତରେ ଯଦିଓ ଦୀର୍ଘ ଦୁଇ ବର୍ଷ ଧରି ଶିକ୍ଷା ବ୍ୟବସ୍ଥା ଭୁଷୁଡି ଯାଇଛି ତଥାପି 5t ଅଧୀନରେ ରାଜ୍ୟର ସମସ୍ତ ସ୍କୁଲର ରୂପନ୍ତରିକରଣ କରାଯାଇଛି। ବଦଳିଯାଇଛି ସ୍କୁଲର ଚିତ୍ର। ପିଲାଙ୍କ ପାଇଁ ସ୍କୁଲରେ ଦିଆଯାଉଛି ଅନେକ ସୁବିଧା ଓ ସୁଯୋଗ। ବର୍ତ୍ତମାନ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବା ବେଳେ ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଶିକ୍ଷା ସଚେତନତା ରଥ ପରିକ୍ରମା ମାଧ୍ୟମରେ ଚାଲ ସ୍କୁଲ ଯିବା ନେଇ ଜାରି ରହିଛି ଅଭିଯାନ। ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ନିର୍ଦେଶକ୍ରମେ ଶିକ୍ଷା ସଚେତନତା ରଥ ବାହାରି ପ୍ରତ୍ୟେକ ସ୍କୁଲକୁ ତଥା ଆଖପାଖ ଅଞ୍ଚଳରେ ବୁଲି ସଚେତନତାର ବାର୍ତ୍ତା ଦିଆଯାଉଛି। ଆଜି ରବିବାର ସତ୍ତ୍ୱେ ଖୋଡାସିଙ୍ଗି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ମହାନ୍ତିଙ୍କ ଉପସ୍ଥିତିରେ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସଚେତନତା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ରବିବାର ଛୁଟି ଦିନ ଓ ଖରାକୁ ଦୃଷ୍ଟିରେ ରଖି କମ ସଂଖ୍ୟକ ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଏହାଦ୍ୱାରା ସରକାରୀ ସ୍କୁଲରେ ନାମ ଲେଖାଇବା ଓ ପାଠ ପଢିବା ନେଇ ପିଲାଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here