ଜରାଶ୍ରମ ପରିସରରେ ଶ୍ରୀ ରାମ ଚରିତ ମାନସ ପାରାୟଣ

0
278

ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ଜରାଶ୍ରମରେ ପ୍ରତିଷ୍ଠିତ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ, ପବିତ୍ର ଶ୍ରୀରାମ ନବମୀ ଦିନ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ, ପ୍ରବଚନ ଓ ଘୃତ ଯଜ୍ଞର ଶୁଭାରମ୍ଭ ହୋଇଯାଇଛି । ଶ୍ରୀ ରାମଚରିତ ମାନସ ପାରାୟଣର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ଯୋଗଦେଇ ନିଜର ଆଧ୍ୟାତ୍ମିକ ବିଚାର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପୁରୀର ମାନସ ରଞ୍ଜନ ମହାରାଜ ମହୋଦୟ ଓ ପ୍ରେମଲତା ଦାସ ମହୋଦୟା ପ୍ରତ୍ୟେକ ଦିନ ପ୍ରବଚନ ଦେବାପାଇଁ ଯୋଗ ଦେଇଛନ୍ତି। ଏପ୍ରିଲ ୧୦ ତାରିଖରୁ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ଏହି ମାନସ ପାରାୟଣ କାର୍ଯ୍ୟକ୍ରମ ଚାଲୁରହିବ। ପ୍ରତିଦିନ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ମାନସ ପାରାୟଣ, ଘୃତ ଯଜ୍ଞ ଓ ପ୍ରବଚନ କାର୍ଯ୍ୟ ଚାଲୁରହିବ। ପ୍ରଥମ ଦିନର କାର୍ଯ୍ୟକ୍ରମରେ ବହୁ ଆଧ୍ୟାତ୍ମିକ ପ୍ରେମୀ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here