ଆନ୍ତଃ ଜିଲ୍ଲା ସ୍ତରୀୟ ମା କଳୁଆ କେ.କେ. ସିକ୍ସ ଭଲିବଲ ଟୁର୍ଣ୍ଣାମେଣ୍ଟ ର ବିଜେତା କପ ହାତେଇଲା ରେଣ୍ଡମ ସିକ୍ସ

0
332

ବ୍ରହ୍ମପୁର:ସ୍ଥାନୀୟ କନିସି ଠାରେ ଚାଲିଥିବା ଆନ୍ତଃଜିଲ୍ଲା ସ୍ତରୀୟ ମା କଳୁଆ କେ.କେ. ସିକ୍ସ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଗତ ମାର୍ଚ୍ଚ ମାସ 23 ରୁ ଆରମ୍ଭ ହୋଇଥିବା ବେଳେ ଶନିବାର ବିଳମ୍ବିତ ରାତ୍ରୀ ରେ ଉଦଯାପିତ ହୋଇଛି।ଏଥିରେ 3 ସେଟ ରେ ଅଡ଼ବା କୁ ହରେଇ ଫୁଲବାଣୀ ରେଣ୍ଡମ ସିକ୍ସ ବିଜେତା ହୋଇଛି।ପ୍ରାଥମିକ ସେସନ ରେ ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡ.ଗୋପବନ୍ଧୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଅଂଚଳ ର ଯୁବକ ଙ୍କ ଖେଳୁଆଡ଼ ମନୋଭାବ କୁ ଉଚ୍ଚ ପ୍ରଶଂସା କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା,୫୪ଯୋନ ର ଜିଲ୍ଲା ପରିଷଦ ସଦସ୍ୟ ଦୀପକ ସାମନ୍ତ,ରଙ୍ଗେଇଲୁଣ୍ଡା ବ୍ଲକ ଯୁବବିଜେଡି ସଭାପତି ବିନୋଦ ମହାଙ୍କୁଡ଼,ସମାଜସେବୀ ସି ହେଚ ନରେଶ, ରଂଣ୍ଢା ସରପଞ୍ଚ ଅଜିତ ରାଉଳ, ବିଜେଡି ଯୁବ ନେତା ସନ୍ତୋଷ ପାତ୍ର(ସନ୍ତୁ) ମଂଞାସୀନ ଥିଲେ ।କାର୍ଯ୍ୟକ୍ରମ କୁ ଶାନ୍ତନୁ କୁମାର ରଣା ପରିଚାଳନା କରିଥିବା ବେଳେ ସମିତି ସଭ୍ୟ ଗଣେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ର ଦ୍ଵିତୀୟ ସୋପାନ ରେ ସରପଞ୍ଚ ଡମ୍ବରୁ ପାତ୍ର, ସୁନୀଲ ପାତ୍ର, ବିଜେପି ନେତା ସୁଭାସିସ ସାହୁ,ବିନୋଦ ରଥ ,ସଂଗ୍ରାମ ଦଳେଇ ଅତିଥି ରୂପେ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ସରପଞ୍ଚ ଜୟ ଦାସ, ପିଣ୍ଟୁ ପାତ୍ର,ସନ୍ତୋଷ ଦାସ,ସୁମନ,ବାଦଲ, ମେଦୂ, କଂହେଇ,ବାବୁ, ଦିପୁ, କାଳିଆ, ଶଙ୍କର,ତୋଫାନ ଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here