ବୁଗୁଡ଼ାରେ ବ୍ଲକ ସ୍ତରୀୟ ପବିତ୍ର ଉତ୍କଳ ଦିବସ ପାଳନ

0
781

ବୁଗୁଡା : ବୁଗୁଡା ବ୍ଲକ ସ୍ତରୀୟ ୮୭ ତମ ଉତ୍କଳ ଦିବସ ବୁଗୁଡା ସମିତି ସଭାଗୃହରେ ଏପ୍ରିଲ ୦୧ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସ୍ତରୀୟ ଏହି ଉତ୍କଳ ଦିବସ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ମହୋଦୟ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ତହସିଲଦାର ସଂଗ୍ରାମ କେଶରୀ ଜେନା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ଅଗ୍ନିଶମ ଅଧିକାରୀ ସଞ୍ଜୟ କୁମାର ରାଉତ ଙ୍କ ସମେତ ଲୋକପ୍ରତିନିଧି ବୃନ୍ଦ ଓ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ। ଏହି ଅବସରରେ ସାତଜଣ କର୍ମଚାରୀଙ୍କୁ କାର୍ଯ୍ୟରେ ଉକୃଷ୍ଟତା ପାଇଁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ହୋଇଥିବା ସାତ ଜଣ କର୍ମଚାରୀମାନେ ହେଲେ, ବିଦ୍ୟାଳୟ ଉନ୍ନତି କରଣ ପାଇଁ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଓ ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରସାଦ ଜେନା, ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାଥ ପଣ୍ଡା, ମନୋରଗା କାର୍ଯ୍ୟକୁ ବହୁ ନିମ୍ନରେ ଥିବା ବୁଗୁଡା ବ୍ଲକକୁ ଦୁଇ ନମ୍ବରକୁ ଆଣିବାରେ ସକ୍ଷମ ହୋଇଥିବା ଏପିଓ ପ୍ରତାପ କୁମାର ସାହୁ, ତକାରଡା ଓ ଭାଗବାନପୁର ପଞ୍ଚାୟତ ପିଇଓ ସୁବ୍ରତ କୁମାର ଗଡନାୟକ, ତାକରଡା ଓ କରଚୁଲି ପଞ୍ଚାୟତର ଜିଆରଏସ ବିଦ୍ୟାଧର ପାତ୍ର ଓ ଜିଆରଏସ ବସନ୍ତ କୁମାର ବରାଡ଼। ସେହିପରି ଆସନ୍ତା ସମିତି ବୈଠକରେ କୋଭିଡ ସଂକ୍ରମଣ ସମୟରେ ସଫଳତାର ସହ କାର୍ଯ୍ୟ କରିଥିବା ଅଧିକାରୀ ତହସିଲଦାର, ଆଇଆଇସି, ଅଗ୍ନିଶମ ବିଭାଗ ଅଧିକାରୀ, ବୁଗୁଡା ମେଡିକାଲ ଅଫିସର ଡାକ୍ତର ପାଣିଗ୍ରାହୀ ଓ ଡାକ୍ତର ବିଶ୍ବାଳ, ବିଇଓ, ଏବିଇଓ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦଙ୍କୁ ସମ୍ମାନିତ କରାଯିବ ବୋଲି ବିଡ଼ିଓ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here