ପୋଲସରା ଏନଏସି ପକ୍ଷରୁ ଉତ୍କଳ ଦିବସ ପାଳନ

0
2498

ପୋଲସରା:ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛ। ପ୍ରଥମେ ସହର ମଧ୍ୟରେ ଥିବା ଓଡ଼ିଶାର ବରପୁତ୍ର ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ ଓ ସମସ୍ତ କାଉନସିଲର ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ୮୭ ତମ ଉତ୍କଳ ଦିବସ ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ଶ୍ରୀ ସାହୁ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ, ଓଡ଼ିଶାର ବରପୁତ୍ର ମାନଙ୍କ ଉଦ୍ୟମ ଯୋଗୁଁ ୧୯୩୬ ଏପ୍ରିଲ ପହିଲା ଦିନ ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଓଡିଶା ଗଠନ ହୋଇଥିଲା। ସେହି ବରପୁତ୍ର ମାନଙ୍କ ଯୋଗୁଁ ଆମେ ଓଡ଼ିଆ ବୋଲି ଗର୍ବ ଅନୁଭବ କରୁଛେ। ସେହି ବରପୁତ୍ର ମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ନୂତନ ଓଡିଶା ଗଠନ ପାଇଁ ଉଦ୍ୟମ ଜାରୀରଖିଥିବା ପ୍ରକାଶ କରିଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁଙ୍କ ନେତୃତ୍ୱରେ ଅଧ୍ୟକ୍ଷା ଶ୍ରୀମତୀ ବେହେରା, କାଉନସିଲର ତଥା ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ସଚ୍ଚିଦାନନ୍ଦ ମଳିକ, ଟିଟୁ ପ୍ରଧାନ, ଅନିଲ କୁମାର ସାହୁ, ରିତା ସେଠୀ, ରଂଜନ ପାଣିଗ୍ରାହୀ, ମୋଚିରାମ ସାହୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ପୋଲସରା ମେଡ଼ିକାଲକୁ ଯାଇ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ପୋଲସରା ଏନଏସି କର୍ମଚାରୀ ବୃନ୍ଦ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here