ଆଇନା ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସେବା ଶିବିର

0
255

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଭିଗ୍ରୃହରେ ରେ ଆଜି ସକାଳ ସମୟ ଘ.୧୦.୪୫ଣ୍ଟା ସମୟରେଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ପ୍ରଶାସନିକ ସହଯୋଗ ରେ ଆଇନ ସେବା ଶିବିର ଅନୁଷ୍ଠିତ ଯୋଇଯାଇଛି। ଏଥିରେ ଗଜପତି ଜିଲ୍ଲା ଓ ଦୌରା ଜର୍ଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟପ୍ରିର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇନର ସଚେତନତା ସମାଜକୁ କିପରି ତୃଣାମୂଳ ସ୍ତରରୁ ଉନ୍ନତି ଆଣିବାରେ ସହାୟକ ହୋଇପାରିବ ସେ ବିଷୟରେ ଆଲୋକୋପାତ କରିଥିଲେ । ଦରିଦ୍ର ଦୂରୀକରଣ ପାଇଁ ହୋଇଥିବା ଯୋଜନା ଗୁଡିକ ସଫଳ ରୂପାୟନ କରିବାକୁ ବିଭିନ୍ନ କ୍ଷେତ୍ର ଉଦ୍ୟମ କରାଯିବାର ଅବଶ୍ୟକତା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ ହେମନ୍ତ କୁମାର ସେଠୀ ଓ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି, ଜିଲ୍ଲା ଗ୍ରାମ ଉନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର, ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ଯୋଗ ଦେଇ ପ୍ରାଧିକରଣ ତରଫରୁ ଆଇନ ସଚେତନତା ସାଙ୍ଗକୁ ସହାୟତା ପ୍ରଦାନ, ବିଭିନ୍ନ ବିଭାଗର ଜନସାଧାରଣଙ୍କୁ ଆଇନ ଏବଂ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ଜନସାଧାରଣଙ୍କ ନିକଟ ରେ ସରକାରୀ ଯୋଜନା ଏବଂ ଆଇନ ସହାୟତା ଶିବିର ମାଧ୍ୟମରେ ପ୍ରଦାନ କରାଯାଇ ପାରିବ ବୋଲି କହିଥିଲେ ।ପିଡ଼ି ଡ଼ିଆରଡ଼ିଏ ଅନାମ ଚରଣ ପାତ୍ର ଯୋଗ ଦେଇ ପ୍ରଶାସନ ପ୍ରତ୍ୟେକ କ୍ଷେତ୍ର ଆଇନ ସେବା କାର୍ଯ୍ୟ ରେ ସୋହଯୋଗ କରି ଆସୁଛି ବୋଲି ସୂଚନା ଦେଇଥିଲେ। ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଯଥା କୋର୍ଟ ରେଜିଷ୍ଟ୍ରାର ସତ୍ୟବ୍ରତ ରାଣା, ଏସଡ଼ିଜେଏମ ବର୍ଷା ସର୍ମା, ଜେଏମଏଫସି ଅର୍ଜିତ ଦାସ ଓ ଶୁଭଲକ୍ଷ୍ମୀ ପ୍ରିୟ ଦର୍ଶନୀ ସମେତ ଜିଲ୍ଲା ର ସମସ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଆୟୋଜିତ ଏହି ମେଗା ଆଇନ ସେବା ଶିବିର ରେ ତ୍ଵରିତ ସେବା ଯୋଗାଇବା ସହ ବିଭିନ୍ନ ଯୋଜନାରେ 26 ଜଣ ହିତାଧିକାରୀ ଙ୍କୁ ବିଭିନ୍ନ ସରକାରୀ ସୁବିଧା ସହ କ୍ଷତିପୂରଣ ରାଶି ପ୍ରଦାନ କରିଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ.ପ୍ରଫୁଲ ପାତ୍ର ଉପସ୍ଥିତ ରହି ଲୋକ ମାନଙ୍କୁ କିପରି ସମ୍ପୂର୍ଣ ଟିକା କାରଣ କରାଯିବ ସେ ଉପରେ ଉପଦେଶ ଦେଇଥିଲେ। ସମସ୍ତ ହିତାଧିକାରୀଙ୍କ କୋଭିଡ ପରୀକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରଯାଇଥିଲା । ସମସ୍ତ କାର୍ଯ୍ୟ କୁ ଡିସିପିଓ ଅରୁଣ ତ୍ରିପାଠୀ ଓ ଜିଲ୍ଲା କ୍ରିଡା ଅଧିକାରୀ ଓ ପ୍ରାଧିକରଣ ର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here