ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଆରମ୍ଭ ହେଲା ୧୩ ଦିନିଆ ଦଣ୍ଡନାଚ

0
1739

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହେଲା ଗଞ୍ଜାମ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡନାଚ । ଗତ ଦୁଇ ବର୍ଷ କୋଭିଡ୍ କଟକଣା ଭିତରେ ନିରାଡମ୍ବର ଭାବେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥିଲା । ଏ ବର୍ଷ କୋଭିଡ୍ କଟକଣା ନିୟମ କୋହଳ ଥିବାରୁ ବହୁ ଆଡମ୍ବର ସହକାରେ ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି । ବେଗୁନିଆପଡା ଅଞ୍ଚଳର ବେଲପଡା , ଷଣ୍ଢମୂଳ, ତାଳସର, ନୂଆଁଗଡ଼ ଆଦି ବିଭିନ୍ନ ସ୍ଥାନରେ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ମା ଙ୍କ ନୀତିକାନ୍ତି ଅନୁଯାୟୀ ମା ଙ୍କ ପୀଠରେ ପୂଜାର୍ଚ୍ଚନା, ହୋମଯଜ୍ଞ ସହ ଆଜ୍ଞାମାଳ ଆଣି କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗ୍ରାମରେ ୧୩ ଦିନ ନଗର ପରିକ୍ରମା ପରେ ମା ଙ୍କ ପୀଠରେ ଶେଷ ଦିନ ମେରୁ ଯାତ୍ରା ଅନୁଷ୍ଠିତ ହୋଇ ଯାତ୍ରା ସମାପନ ହେବ ।

LEAVE A REPLY

Please enter your comment!
Please enter your name here