ରଙ୍ଗେଇଲୁଣ୍ଡା ବ୍ଲକ ର ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା

0
254

ବ୍ରହ୍ମପୁର:ରଙ୍ଗେଇଲୁଣ୍ଡା ବ୍ଲକ ଭାବିନିପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଅଳକାପୁରୀ ଟାଉନସିପ ପକ୍ଷରୁ ରଙ୍ଗେଇଲୁଣ୍ଡା ବ୍ଲକ ତଥା ଭାବିନିପୁର ପଂଚାୟତ ର ନବନିର୍ବାଚିତ ପ୍ରତିନିଧି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ମୁଖ୍ୟଅତିଥି ଭାବେ ରଙ୍ଗେଇଲୁଣ୍ଡା ବ୍ଲକ ଚେୟାରମ୍ୟାନ ସି ହେଚ ଉଷା ଯୋଗ ଦେଇ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ।ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଇଂ. ରଞ୍ଜିତ ସାହୁ ଯୋଗଦେଇ ସରକାର ଙ୍କ ସମସ୍ତ କାର୍ଯ୍ୟକ୍ରମ କୁ ତ୍ୱରିତ ଲାଗୁ କରାଯିବ ବୋଲି କହିଥିଲେ।55 ନମ୍ବର ଯୋନ ର ଜିଲ୍ଲା ପରିଷଦ ସଦସ୍ୟା ତଓପଇ ଦାସ,ନାଏବ ସରପଞ୍ଚ ଶିବନୀ ପାତ୍ର, ୱାର୍ଡ ସଭ୍ୟ,ମିନତୀ ବେହେରା ମଞ୍ଚସିନ ଥିଲେ।ପଦ୍ମନାଭ ରଥ , ପରିଚାଳନା କରିଥିବା ବେଳେ କେଦାର ନାଥ ଜେନା, କିଶୋର ଚନ୍ଦ୍ର ରାଉଳ ଙ୍କ ସମେତ ଅନେକ ଟାଉନ ସିପ ବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here