ଯୁବ ରେଡ଼କ୍ରସ ଦ୍ୱାରା କରୋନା ସଚେତନତା

0
347

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା) କ୍ଷତ୍ରୀୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ଦ୍ୱାରା କରୋନା ସଚେତନତା ଅନୁଷ୍ଠିତ ହୋଇଯାଇଛି |ଯୁବ ରେଡ଼କ୍ରସ ଜ଼ିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓଙ୍କ ନେତୃତ୍ୱରେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା ଏବଂ ମାସ୍କ ବଣ୍ଟନ କରାଯାଇଥିଲା |ସମ୍ପ୍ରତି ମହାମାରୀ ବିଷମ ପରିସ୍ଥିତିରେ ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା, ଦୂରତା ରକ୍ଷା କରିବା, ଗହଳି ଜାଗାକୁ ନ ଯିବା, ନିଜକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା |ଏଥିରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ଦେବେଶ ଚନ୍ଦ୍ର ମହାପାତ୍ର, ସନ୍ତୋଷ ବିଶ୍ୱାଳ, ପଦ୍ମ ଚରଣ ନାୟକ, ସନ୍ତୋଷ ବିଶୋଇ ସହଯୋଗ କରିଥିଲେ |

ରିପୋର୍ଟ /ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here