ଠାକୁର ପୂଜାକୁ ନେଇ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ; ୪ ଗୁରୁତର

0
252

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ଜିଲିବା ଗ୍ରାମରେ ଠାକୁର ପୂଜାକୁ କେନ୍ଦ୍ର କରି ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ସୂତ୍ରପାତ ହୋଇଛି। ଗ୍ରାମର କୌଳାଶ ନାୟକ ଏବଂ ତାଙ୍କ ୬ ମାସ ଗର୍ଭବତୀ ଝିଅ ମିତାଲି ଗୁରୁତର ଆହତ ହୋଇଥିବା ବେଳେ ଅପରପକ୍ଷ କୌଳାସ ଭାଇ ଜୟ ନାୟକ ଏବଂ ତାର ପୁଅ ମନୋଜ ମଧ୍ୟ ଗୁରୁତର ଆହାତ ହୋଇ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଆହତ କୌଳାଶଙ୍କ କହିବା ଅନୁଯାୟୀ ଘରେ ମଙ୍ଗଳା ପୂଜାକୁ ନେଇ ଭାଇ ଜୟ ସହ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗତକାଲି ସଂନ୍ଧ୍ୟାରେ କୌଳାଶ ପୂଜା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଗଣ୍ଡଗୋଳର ଘଟିଥିଲା। ଏଥିରେ କୌ୍ଳାଶ ସହିତ ଜୟ ଏବଂ ମନୋଜ ଆହତ ହୋଇଥିବା ବେଳେ ଝଗଡା ଛଡାଇବାକୁ ଆସି କୌଳାଶର ଝିଅ ମଧ୍ୟ ଗୁରୁତର ଆହାତ ହୋଇଥିବା ସେ ପ୍ରକାଶ କରିଛନ୍ତି। ସମସ୍ତ ଆହାତ ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ଏସଂର୍ପକରେ ବେଲଗୁଣ୍ଠା ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here