ନୂତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦାୟିତ୍ଵ ଗ୍ରହଣ

0
307

ନବରଙ୍ଗପର: ନବରଙ୍ଗପୁର ଜିଲ୍ଲା ଡାବୁଗାଁରେ ନୂତନ ବ୍ଲକ୍ ଅଧ୍ୟକ୍ଷା ଭାବେ ବୁଧବାର ଦିନ ବୀଣା ମାଝୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ନୂତନ ବ୍ଲକ୍ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କରିବା ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ସାଂସଦ ପ୍ରତିନିଧି ଏମ୍ ଆପ୍ପା ରାଓ , ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ , ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର , କୈଳାସ ବିଶୋଇ , ଗୁପ୍ତ ବିଶୋଇ , ବିଡିଓ ଶରତ ଚନ୍ଦ୍ର ମାଝୀ , ଏବିଡିଓ ପଦ୍ମନାଭ ତ୍ରିପାଠୀ , ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ , ଭାରପ୍ରାପ୍ତ ଜିପିଇଓ ଏ.ଡି ପ୍ରସାଦ ପ୍ରମୁଖ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ସୂଚନା ଥାଉକି , ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଡାବୁଗାଁ ବ୍ଲକର ୧୨ଟି ପଞ୍ଚାୟତ ମଧ୍ୟରୁ ବିଜେଡି ସମର୍ଥିତ ୭ ଜଣ ସମିତି ବିଜୟୀ ହୋଇଥିବା ବେଳେ କଂଗ୍ରେସ ସମର୍ଥିତ ୪ ଜଣ ଓ ଜଣେ ବିଜେପି ସମର୍ଥିତ ସମିତି ବିଜୟୀହୋଇଥିଲେ । ତେବେ ବ୍ଲକ୍ ଅଧ୍ୟକ୍ଷା ଭୋଟ ଗ୍ରହଣ ସମୟରେ ଦୁଇଟି କ୍ରସ ଭୋଟିଂ ଯୋଗୁ ବିଜେଡି ସମର୍ଥିତ ପ୍ରାର୍ଥୀ ବୀଣା ମାଝୀ ୯ / ୩ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ବାଲ ଜାନିଙ୍କୁ ପରାଜିତ କରିଥିଲେ । ଦୀର୍ଘ ୧୫ ବର୍ଷ ପରେ ଡାବୁଗାଁ ବ୍ଲକରେ ଜଣେ ଅଣ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବେ ବିଜେଡି ସମର୍ଥିତ ବୀଣା ମାଝୀ ବ୍ଲକ୍ ଅଧ୍ୟକ୍ଷା ହୋଇଛନ୍ତି । ଆଜି ବ୍ଲକ୍ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ ପରେ ବୀଣା ମାଝୀ ଲୋକଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେବା ସହ ଡାବୁଗାଁ ବ୍ଲକର ସଦା ସର୍ବଦା ଉନ୍ନତି ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ବିଜେଡି ଯୁବ ସଭାପତି ଟି ଜଗୁନୁ ବାବୁ , ବ୍ଲକ୍ ବିଜେଡି ସମ୍ପାଦକ ଆର ପ୍ରକାଶ ରାଓ , ଜୋନ୍‌ – ୨ ପ୍ରମୁଖ ଶିବ ପ୍ରସାଦ ମିଶ୍ର , ଡାବୁଗାଁ ପଞ୍ଚାୟତ ସଭାପତି ପ୍ରକାଶ ରାଓ , ନବନିର୍ବାଚିତ ଜନପ୍ରତିନିଧି ଏବଂ ବ୍ଲକ୍‌ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ରିପୋର୍ଟ -ଗଗନ ଗନ୍ତାୟତ,

LEAVE A REPLY

Please enter your comment!
Please enter your name here