ପାରଳାଖେମୁଣ୍ଡି ରେ କଟକଣାରେ ମଘାପୁଡି ଉତ୍ସବ ପାଳିତ

0
402

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ସନ୍ଧ୍ୟାରେ ମଘାପୁଡି ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ଗଜପତି ପ୍ରଶାସନିକ ଙ୍କ ନିର୍ଦ୍ଦେଶନାମା ଅନୁସରେ ବର୍ତମାନ କୋରଣା କଟକଣାକୁ ଦୃଷ୍ଟି ରେ ରଖି ଚଳିତବର୍ଷ ଦୋଳ ଉତ୍ସବ ଜାତ୍ରା ନିମନ୍ତେ ଅନୁମତି ମିଳିନଥିବାରୁ ଦୋଳମଣ୍ଡପ ଠାରେ ଦୋଳମଣ୍ଡପ ଯାତ୍ରା ବନ୍ଦ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସହରରେ ଆଜି ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଠାକୁର ଙ୍କ ନୀତି କାନ୍ତି ଅନୁସାରେ ପାରଳାଖେମୁଣ୍ଡି ମହାରାଜାଙ୍କ ଇଷ୍ଟଦେବୀ ମାଁ ମାଣିକେଶ୍ଵରୀ ଏବଂ ରାମ ସ୍ବାମୀ ଠାକୁର ଙ୍କୁ ବାହାରକୁ ଆଣି ଭକ୍ତ ଙ୍କ ସମାଗମ ରେ ମୋଘାପୁଡି କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ କୁ ସାଧାରଣ ଲୋକେ ପ୍ରଶାସନକୁ ଆଖ୍ୟେପ କରିଥିଲେ ଯାହା କି ବର୍ତମାନ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସହିତ ବର୍ତମାନ ପୈର ନିର୍ବାଚନ କୁ କୈାଣସି କଟକଣା ଜାରି ନଥିବା ବେଳେ ଭଗବାନ ଙ୍କ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କୁ ପ୍ରଶାସନିକ କଟକଣା ଜାରି କରିଥିବା କେତେ ଯୁକ୍ତିଯୁକ୍ତ ରହିଛି ଏହାକୁ ନେଇ ସାଧାରଣ ଲୋକେ ତଥା ବୁଦ୍ଧିଜୀବି ମହଲରେ ଘୋର ନିନ୍ଦା କରିଥିବା ଦେଖିବାକୁ ମିଳିଛି।
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here