ଧାନ ସଂଗ୍ରହକୁ ଆଧାର କରି ଜିଲ୍ଲା କୃଷକ ସଂଗଠନ; ରାସ୍ତାକୁ ଓହ୍ଲାଇଲେ ଚାଷୀ

0
239

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଧାନ ସଂଗ୍ରହକୁ କେନ୍ଦ୍ର କରି ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଉଗ୍ରରୂପ ନେଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ବିଳମ୍ବରେ ମଣ୍ଡି ଖୋଲିଛି ଯାହା କି ଲୋକଦେଖାଣିଆ ସକାଶ ଜାନୁଆରୀ ମାସ ଦୁଇ ତାରିଖରେ ଖଲାଜାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କୈାଣସି ଚାଷୀଙ୍କ ଧାନ କୈାଣସି ମଣ୍ଡିରେ ସଂଗ୍ରହ ହୋଇ ପାରିନାହିଁ । ଅପରପକ୍ଷରେ ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସ୍ଵୟଂ ସହାୟିକା ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ଵ ଦିଆଯାଇଥିବା ବେଳେ ସ୍ଵୟଂ ସହାୟିକା ଗୋଷ୍ଠୀକୁ ଧାନ ସଂଗ୍ରହ ଅନୁମତିକୁ ନେଇ ଜିଲ୍ଲାର ସବୁ ସ୍ଥାନରେ ବିବାଦ ଲାଗି ରହିଛି। ବର୍ତ୍ତମାନ ସୁଦ୍ଧା ଏହାର କୈାଣସି ନିଷ୍ପତ୍ତି ବାହାରି ପାରିନାହିଁ । ଯାହା ଦ୍ୱାରା କୃଷକ ନିଜ ଉତ୍ପାଦିତ ଶସ୍ୟ ବିକ୍ରି କରିପାରୁଛନ୍ତି ନା କୈାଣସି ମଣ୍ଡିରେ ଧାନ ଗ୍ରହଣ କରୁଛି ନା କୈାଣସି ମହିଳା ସଂଗଠନ ନେଉଛନ୍ତି । ଆଗକୁ ମକର ସଂକ୍ରାନ୍ତି ପର୍ବ ସମୟରେ ଧାନ ବିକ୍ରି କରି ବାକି ୠଣ ପରିଷଧ କରିବା ସହିତ ପରିବାର ସହିତ ପର୍ବ ପର୍ବାଣୀ କେମିତି ପାଳନ ଏହି ବିଷୟର ମୁଣ୍ଡ ରେ ହାତ ଦେଇ ଅଛନ୍ତି ଚାଷୀ । ଅନ୍ୟପକ୍ଷରେ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ବାବଦରେ ପ୍ରଶାସନ ପକ୍ଷରୁ କୈାଣସି ସହାୟତା ଯୋଗାଇ ଦିଆଯାଇନଥିବା ଅଭିଯୋଗ ମଧ୍ୟ କରିଛନ୍ତି ଚାଷୀ । ଏପଟେ ଧାନର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ କରୁନାହାନ୍ତି କେନ୍ଦ୍ର ସରକାର । ପୁଣି ମିଲରଙ୍କ ନିର୍ଦ୍ଦେଶରେ ଚାଲିଛି ଜିଲ୍ଲାର କୃଷି ବିଭାଗ । ବେରଙ୍ଗି ଧାନ ତଥା ଧାନର ମାନ ଖରାପ ଆଳରେ ବହୁ କମ ଦରରେ ଧାନ ରଖିବାକୁ କୁହାଯାଉଛି । ଏସବୁ ସମସ୍ୟା ମଧ୍ୟରେ ସମସ୍ତ ପ୍ରକାର ବିଷୟ ବସ୍ତୁ କୁ ଆଧାର କରିବା ବିରକ୍ତିଆ ହେଉଛନ୍ତି ଚାଷୀକୂଳ। ଶେଷରେ ବାଧ୍ୟହୋଇ ଆଜି ଶତାଧିକ କୃଷକ ଏକତ୍ରିତ ହୋଇ ପାରଳାଖେମୁଣ୍ଡି ପୁଲିସ ଷ୍ଟେସନ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଆନ୍ଦୋଳନରେ ବସିଛନ୍ତି । ତୁରନ୍ତ ଚାଷୀଙ୍କ ଦାବି ପୂରଣ ନହେଲେ ଗ୍ରାମାଞ୍ଚଳର ସ୍ତରରୁ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନ ରତ ଚାଷୀଭାଇ ମାନେ ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here