ଜଟାବାଲ ଗ୍ରାମ ପଂଚାୟତର ସରପଞ୍ଚଙ୍କ ଦାଇତ୍ୱ ଗ୍ରହଣ

0
274

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ଗ୍ରାମ ପଂଚାୟତରେ ନୂତନ ଭାବେ ନିର୍ବାଚିତ ହୋଇ ଥିବା ସରପଞ୍ଚଙ୍କୁ ସ୍ୱାଗତ କରିବା ସହ ଦାଇତ୍ୱ ଦେଲେ ପଂଚାୟତ ନିର୍ବାହୀ ଅଧିକାରୀ ନରସିଂହ ଭତ୍ରା। ଆଜି ସ୍ୱାଗତ ସମ୍ବର୍ଦ୍ଧନା ସହ ଦାଇତ୍ୱ ନେଲେ ସରପଞ୍ଚ ମାଳତୀ ଭତ୍ରା।ଏହି ଅବସରରେ ପାପଡାହାଣ୍ଡି ବ୍ଲକ ଯୁବ ବିଜେଡି ସଭାପତି ବିଦ୍ୟାଧର ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନ ରେ ଜଟାବାଲ ଗ୍ରାମ ପଂଚାୟତ ସଦର ମହକୁମାରେ ସରପଞ୍ଚ ଶ୍ରୀମତୀ ମାଝୀ,ନାଏବ ସରପଞ୍ଚ ଅବଦୁଲ ଜାହାଙ୍ଗିର,ଲୋକ ପ୍ରିୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ଜିଲ୍ଲା ପରିଷଦ ସଭ୍ୟ ଜଶୋବନ୍ତ ନାୟକ,ପୂର୍ବତନ ସରପଞ୍ଚ ଦେବ ଭତ୍ରା ପ୍ରମୁଖ ଗ୍ରାମ ପରିକ୍ରମା ରେ ବାଦ୍ୟ ତାଳେ ତାଳେ ଉପସ୍ଥିତ ଜନତା ଙ୍କ ନୃତ୍ୟ ରେ ସ୍ୱାଗତ ସମ୍ବର୍ଦ୍ଧନା ବେଶ ଆନନ୍ଦ ମୁଖର ହୋଇ ଉଠି ଥିଲା।ପରିକ୍ରମା ପରେ ପଂଚାୟତକୁ ଫେରି ଥିବା ବେଳେ ପଂଚାୟତ ଅଧିକାରୀ ଶ୍ରୀ ଭତ୍ରା ସରପଞ୍ଚ ଙ୍କ ସହ ସମସ୍ତ ଅତିଥି ଓ ୧୧ ଜଣ ମେମ୍ବର ମାନଙ୍କୁ ପୁଷ୍ପ ମାଲ୍ୟ ସହ ପୁଷ୍ପ ଗୁଛ ଦେଇ ସ୍ୱାଗତ କରି ସରପଞ୍ଚଙ୍କ କାର୍ଯ୍ୟାଳୟକୁ ପଛୋଟି ନେଇଥିଲେ।ସେଠାରେ ପଂଚାୟତ ରେଜିଷ୍ଟର ହିସାବ ଦେଖାଇ ସମସ୍ତ ବୁଝାଇ ସାରି ଦସ୍ତଖତ କରାଇ ଦାଇତ୍ୱ ଦେଇଥିଲେ।ସରପଞ୍ଚ ସରକାରଙ୍କ ଯୋଜନାକୁ ସଠିକ ରୂପେ ଜନ ସାଧାରଣଙ୍କ ପାଖରେ ପହଞ୍ଚାଇ ଜନ ସାଧାରଣ ଉପକୃତ ପାଇ ପାରିବେ ସେଥି ପ୍ରତି ସତର୍କ ଦୃଷ୍ଟି ଦେବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାୟକ ମତ ବ୍ୟକ୍ତ କରି ଥିଲେ।ସରପଞ୍ଚ ସେଥିରେ ସମ୍ମତି ପ୍ରକାଶ କରି ଥିଲେ। ବ୍ଲକ ସଭାପତି ଶ୍ରୀ ମଲ୍ଲିକ ଜନ ସାଧାରଣଙ୍କ ନିମନ୍ତେ ଆମ ଦଳ ରହିଛି ଓ ସେବା କରି ଆସୁଛି ବୋଲି ମତବ୍ୟକ୍ତ କରିଥିଲେ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here