ବର୍ଷାର ଆଗମନ ପୂର୍ବରୁ ନାଳନର୍ଦ୍ଧମାର ସ୍ଥିତି ପରକ୍ଷୀଲେ ବିଧାୟକ ଏବଂ କମିଶନର

0
465

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବର୍ଷାର ଆଗମନ ପୂର୍ବରୁ ବ୍ରହ୍ମପୁର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ବି.ଏମ.ସି କମିଶନର ଶ୍ରୀଯୁକ୍ତ ଚକ୍ରବର୍ତ୍ତୀ ସିଂ ରାଠୋର ଏବଂ ତାଙ୍କ ସହଯୋଗୀ କର୍ମଚାରୀଙ୍କ ସହ ସହରର ଯେଉଁସବୁ ସ୍ଥାନରେ ବର୍ଷା ସମୟରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ, ଶୁକ୍ରବାର ଅପରାହ୍ନ ସମୟରେ ସେହି ସ୍ଥାନ ଗୁଡିକ ବୁଲି ନାଳର ସ୍ଥିତି ପରକ୍ଷୀ ଥିଲେ । ବିଶେଷ କରି ଗାନ୍ଧୀ ନଗର, ବିଜିପୁର , ତୁଳସୀ ନଗର, ନିଳାଦ୍ରୀ ବିହାର, ଗଜପତି ନଗର ଇତ୍ୟାଦି ଅଞ୍ଚଳର ନାଳ ପାଣି ବିଭିନ୍ନ କାରଣରୁ ସଠିକ ରୂପେ ନିଷ୍କାସିତ ନହୋଇ ଯେଉଁ ସବୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ ତାହା କଣ ପଦକ୍ଷେପ ଗ୍ରହଣ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ଚିନ୍ତା କରି ସେହି ସବୁ ସ୍ଥାନକୁ ପ୍ରତ୍ୟକ୍ଷ ରୂପେ ଯାଇ ତର୍ଜମା କରିଥିଲେ । । ବିଧାୟକ,କମିଶନର,ତାଙ୍କ ସହୋଯୋଗୀ ମାନେ ଏବଂ ବିଯେଡି ନେତ୍ରୀ ସଂଘମିତ୍ରା ଦଳାଇଙ୍କ ସହ ଗାନ୍ଧୀ ନଗର ଏବଂ ବିଜିପୁର ଅଞ୍ଚଳକୁ ଯାଇ ତଦାରଖ କରିବା ସହ ସେଠିକାର ସାହି ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ଏବଂ ତାର ସ୍ଥାୟୀ ପ୍ରତିକାର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମିଳିତ ରୂପେ ପ୍ରତିଶ୍ରୁତି ଦେଇଛନ୍ତି । ଯୋଜନାର ରୂପରେଖ ପ୍ରସ୍ତୁତ କରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ସହ ଏହି ନାଳ ନିର୍ମାଣ ଉପଲକ୍ଷେ ପ୍ରାୟ ତିନି କୋଟି ଟଙ୍କା ବିଏମସି ପକ୍ଷରୁ ଖର୍ଚ୍ଚ କରାଯିବ ବୋଲି ଜଣାପଡିଛି । ଏହି ପଦକ୍ଷେପକୁ ସାହି ବାସିନ୍ଦା ମାନେ ସ୍ୱାଗତ କରିବା ସହ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ସୂଚନା ଅନୁଯାୟୀ ଆସନ୍ତା ସୋମବାର ୦୨ ତାରିଖରେ ରେ ନିଳାଦ୍ରୀ ବିହାର ଏବଂ ତୁଳସୀନଗର ଅଞ୍ଚଳ ଯିବା ପାଇଁ ସ୍ଥିର କରାଯାଇଛି ।ବିଧାୟକ ଓ କମିଶନରଙ୍କ ଏହିପରି ଯୋଜନାକୁ ଦେଖି ସାରା ସହରରୁ ପ୍ରଶଂସାର ସୁଅ ଛୁଟୁଛି।

LEAVE A REPLY

Please enter your comment!
Please enter your name here