କୋଦଳାରେ ସୂର୍ଯ୍ୟନାରାୟଣଙ୍କ ଜୋରଦାର ପ୍ରଚାର

0
374

ବେଗୁନିଆପଡା: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପି ଚେୟାରମ୍ୟାନ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ନାୟକଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ କୁମାର ପୋଲାଇଙ୍କ ସମେତ ବିଜେପି କର୍ମୀ ଓ ନେତାମାନେ ଏକତ୍ରିତ ହୋଇ ବିଜେପି ଚେୟାରମ୍ୟାନ ପ୍ରାର୍ଥି ସୂର୍ଯ୍ୟନାରାୟଣ ନାୟକଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ବିଜେପି ନଗର ମଣ୍ଡଳ ସଭାପତି ମଧୁସୂଦନ ଜେନା, ଭଗବାନ ସ୍ୱାଇଁ, ରାଜେନ୍ଦ୍ର ପରିଡାଙ୍କ ସମେତ ବିଭିନ୍ନ କାଉନସିଲର ପ୍ରାର୍ଥୀ ଉପସ୍ଥିତ ଥିଲେ । ସମସ୍ତ ନେତା ଓ କର୍ମୀ ଲୋକମାନଙ୍କ ସହ ଆଲୋଚନା କରିବା ସହ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପାଇଁ ଅନୁରୋଧ କରିଥିଲେ । ଆଜିର ନିର୍ବାଚନୀ ପ୍ରଚାରରେ ଘୁମୁସର ସାଙ୍ଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା ମଧ୍ୟ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here