ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ପାତଳେଶ୍ୱର ମନ୍ଦିର ପରିସରରେ ବ୍ରହ୍ମପୁର ଡେଭଲୋପମେଣ୍ଟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡ଼.ରାମହରି ଖଣ୍ଡୁଆଳଙ୍କ ତତ୍ୱବାଧାନରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ଏହି ବୈଠକ ରେ ନୂତନ ଭାବେ କମିଟି ଗଠନ କରାଯାଇ କର୍ମକର୍ତା ମାନଙ୍କୁ ଚୟନ କରାଯାଇଥିଲା।ବ୍ରହ୍ମପୁର ସହରକୁ ଉନ୍ନତି ଦିଗରେ ଆଗେଇ ନେବା ସହ ସମାଜରେ ରହିଥିବା ଅସହାୟ ଲୋକଙ୍କୁ କିଭଳି ସାହାର୍ଯ୍ୟ କରାଯାଇପାରିବ ସେନେଇ ସଂଗଠନ ପକ୍ଷରୁ ସମସ୍ତ ସାହାର୍ଯ୍ୟ ପ୍ରକାର ସାହାର୍ଯ୍ୟ ଯୋଗାଇଦେବା ଏହି ବୈଠକ ର ମୂଳ ଲକ୍ଷ୍ୟ। ଏହି ଅବସରରେ ପ୍ରଭାକର ସାହୁ, ବିଶ୍ୱ ଦେବ, ଶ୍ରୀନିବାସ ରାଓ, ତ୍ରିନାଥ ମହାରଣା, ରବି ନାରାୟଣ ମହାରଣା, କେ.ନୃଷିଙ୍ଘ ଚନ୍ଦ୍ର ପାତ୍ର, ଶଙ୍କର ପାତ୍ର, ଏସ. ମିନଖି, କିଶୋର ଚନ୍ଦ୍ର ନାୟକ, ମଧୁସୂଦନ ସାହୁଙ୍କ ସମେତ ୧୦୦ ରୁ ଉର୍ଦ୍ଧ ଲୋକ ବୈଠକ ରେ ସାମିଲ ହୋଇଥିଲେ।