ବୁଗୁଡା ଏନଏସିର ୭ଗୋଟି ଓ୍ବାର୍ଡରେ ବିଧାୟକଙ୍କ ନିର୍ବାଚନ ପ୍ରଚାର

0
299

ବୁଗୁଡା : ବୁଗୁଡା ଅଧିସୁଚୀତ କ୍ଷେତ୍ର ପରିଷଦର ନିର୍ବାଚନରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସାତ ଗୋଟି ୱାର୍ଡରେ ବିଜୁ ଜନତା ଦଳର ଅଧ୍ୟକ୍ଷ ଓ କାଉନସିଲର ମାନଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ବରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ଓ ୭ ଜଣ କାଉନସିଲର ୭ ଗୋଟି ଓ୍ବାର୍ଡରେ ପଦଯାତ୍ରାରେ ଘରକୁ ଘର ଯାଇ ଭୋଟ ପ୍ରଚାର କରିବା ସହ ଭୋଟ ଭିକ୍ଷା କରିଥିଲେ । ବିଧାୟକ ଶ୍ରୀ ସାହୁ ଓ ଅଧ୍ୟକ୍ଷ ପ୍ରାର୍ଥୀ ଶ୍ରୀ ପ୍ରଧାନ ପ୍ରଥମେ ୧୨ ନଂ ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀନୀ ପିଙ୍କି ନାହାକଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିଲେ। ଏହାପରେ ୧୧ ନଂ ୱାର୍ଡ ବିଜେଡି ପ୍ରାର୍ଥୀନୀ ରିଭା ସ୍ବାଇଁ, ୧୦ ନଂ ୱାର୍ଡ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳୀ ପାଢ଼ୀ, ୯ ନଂ ୱାର୍ଡ ବିଜେଡି ପ୍ରାର୍ଥୀନୀ ଉର୍ମିଳା ସାହୁ, ୮ ନଂ ୱାର୍ଡ ବିଜେଡି ପ୍ରାର୍ଥୀନୀ ସୁମିତ୍ରା ପାତ୍ର, ୭ ନଂ ବିଜେଡି ପ୍ରାର୍ଥୀ ଆଶୁତୋଷ ବଢେଇ ଓ ୬ ନଂ ୱାର୍ଡ ବିଜେଡି ପ୍ରାର୍ଥୀନୀ ସାଗରିକା ଦାସଙ୍କ ସହିତ ସେମାନଙ୍କ ୱାର୍ଡ ରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ। ବୁଗୁଡା ଏନଏସି ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଚିତ୍ରସେନ ପ୍ରଧାନ ଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କୁ ବିପୁଳ ସଂଖାରେ ଭୋଟ ଦେଇ ଜଯଯୁକ୍ତ କରି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବାକୁ ପଥପ୍ରାନ୍ତ ସଭାରେ ବିଧାୟକ ଜନସାଧାରଣଙ୍କୁ ନିବେଦନ କରିଥିଲେ। ବିଧାୟକ ଙ୍କ ସହ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ପୂର୍ବତନ କାଉନସିଲର ସୁଧାଂଶୁ ଶେଖର ପାଢ଼ୀ, ବିଧାୟକ ପ୍ରତିନିଧି କେ ତ୍ରିଲୋଚନ ଦୋରା, ଗୌରହରି ପ୍ରଧାନ, ରାଜେନ୍ଦ୍ର ଦାସ, ଆଇନଜୀବୀ ରବିନ୍ଦ୍ର ନାଥ ପଣ୍ଡା, ସାହିଲ ପ୍ରଧାନ, ନାରାୟଣ ସାହୁ, ଚିତ୍ରସେନ ନାୟକ, ଦୁର୍ଗା ପ୍ରସାଦ ଦାସ, ହର ପ୍ରସାଦ ମହାପାତ୍ର, ସମାଜସେବୀ କେ ନିଳମାଧବ ଆଚାରୀ, ସମାଜସେବୀକା ମନ୍ଦାକିନୀ ସାହୁ ସମେତ ବହୁ ବିଜେଡି କର୍ମୀ ଓ କର୍ମକର୍ତ୍ତା ମାନେ ପ୍ରାର୍ଥୀ ମାନଙ୍କ ସାଥିରେ ବୁଲି ଭୋଟ ଭିକ୍ଷା କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here