ବ୍ଳକସ୍ତରୀୟ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ

0
125

ଦିଗପହଣ୍ଡି – ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ଅର୍ନ୍ତଗତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ଦିନ ବ୍ଳକସ୍ତରୀୟ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ସଂଯୋଜନା କରିଥିଲେ । ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ମହନୀୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ଅନ୍ୟତମ ଏବିଇଓ ବିଶ୍ରବା ପାଇକ , ଶିକ୍ଷକ ଜଗଦୀଶ ସାହୁ , ସଞ୍ଜୟ ଶତପଥୀ , ସ୍ଥାନୀୟ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶିବରାମ ପ୍ରଧାନ , ପ୍ରଭାତ ପାଢ଼ୀ , ବିନୋଦ ଭୂୟାଁ , କୃଷ୍ଣଚନ୍ଦ୍ର ସ୍ବାଇଁ , ଅରୁଣ ପାଣିଗ୍ରାହୀ , ଲକ୍ଷ୍ମୀ ନାରାୟଣ ରାଉତ , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଓଡ଼ିଆ ଭାଷା ଆମ ଭବିଷ୍ୟତ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ବ୍ଳକର ୧୬ ଗୋଟି କ୍ଳଷ୍ଟରର ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଭାଷା ସାହିତ୍ୟ , ଚିତ୍ରକଳା , ବିର୍ତକ ଭଳି ପ୍ରତିଯୋଗିତାରେ ଭାଗ ନେଇ କଳା ପ୍ରଦର୍ଶନୀ କରିଥିଲେ । ଶେଷରେ କୃତିତ୍ୱ ହାସଲକାରୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସୋମବାର ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମସ୍ତ ସିଆରସିସି ସମେତ ଉପସ୍ଥିତ ପ୍ରଧାନଶିକ୍ଷକ , ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here