ଖଲ୍ଲିକୋଟ ବଡ଼ ଘାଟିରେ ପଥରରେ ଛେଚି ମହିଳାଙ୍କୁ ବିଭତ୍ସ ହତ୍ୟା, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ବାରା ତଦନ୍ତ ଜାରି

0
271

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା): ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ ଘାଟିରେ ଆଜି ସକାଳୁ ଏକ ଅଚିହ୍ନା ମହିଳାଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବଡ଼ ଘାଟିରୁ ଖଲ୍ଲିକୋଟକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଏସଂପର୍କରେ ପୋଲିସକୁ ଜଣାଇବା ପରେ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଥାନା ଏସଆଇ ଦେବାଶିସ ମିଶ୍ର, ହିମାନଶୁଂ ଶେଖର ପାତ୍ର ଓ ଭେଜିପୁଟ ଫାଣ୍ତି ଅଧିକାରୀ ପି ସ୍ବରୁପ କିଶାନ ଘଟଣା ସ୍ଥଳରେ ପହଂଚି ମୃତ ହେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ପରେ ଛତ୍ରପୁର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୌତମ କିଶାନ, ରମ୍ଭା ଆଇଆଇସି ଦିପ୍ତି ରଞ୍ଜନ ବେହେରା, ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ବାରା ତଦନ୍ତକୁ ଯୋରଦାର କରାଯାଇଥିବା ଦେଖିବାକୁ ମିଳିଛି । ମହିଳା ଜଣଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମୁଣ୍ତରେ ପଥର ଛେଚି ବିଭଚ୍ଛ ଭାବେ ହତ୍ୟା କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅନ୍ୟପଟେ ଉକ୍ତ ସ୍ଥାନରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଦୁଇଟି ପଥର ଜବତ କରିବା ସହ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ସୂଚନା ମିଳିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here