ପ୍ରେମରେ ଧୋକ୍କା ଖାଇ ପ୍ରେମିକା ଥାନାର ଦ୍ୱାରସ୍ଥ ହେଲା ପରେ ମଧ୍ୟ ମିଳିଲାନି ନ୍ୟାୟ, ପ୍ରେମିକର ଘର ଆଗରେ ଧାରଣା ଦେଲା ପ୍ରେମିକା

0
359

ବ୍ରହ୍ମପୁର: ଲୋକଙ୍କ ସମସ୍ୟା ସମାଧାନ କରିବା ବଦଳରେ ଲୋକଙ୍କ ସମସ୍ୟା ପାଲଟିଛି ପୋଲିସ ପ୍ରଶାସନ l ସାଧାରଣ ଜନତା ନ୍ୟାୟ ପାଇବା ଆଶାରେ ପୋଲିସ ର ଆଶ୍ରୟ ନେଇଥାନ୍ତି l କିନ୍ତୁ ନ୍ୟାୟ ମିଳିବା ବଦଳରେ ପୋଲିସ ପ୍ରଶାସନ ର ଶୋଷଣ ର ଶିକାର ହୋଇ ନିରାଶରେ ଫେରୁଛନ୍ତି ସାଧାରଣ ଜନତା l ଶେଷରେ ଆଇନକୁ ଆହତକୁ ନେଉଛନ୍ତି ଲୋକେ l ଏ କଥା ଆମେ କହୁନୁ ଖୋଦ ଅଭିଯୋଗକାରୀ କହିଛନ୍ତି । ଏହି ଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ l ବଡଆଗୁଳ ଗ୍ରାମର ଅରେନ୍ଦ୍ର କରଣ ଗୁଜୁରାଟ ସୁରତ ର ଜଣେ ଯୁବତୀ ଙ୍କ ସହିତ ସେଠାରେ ଦୀର୍ଘ ୫ ବର୍ଷ ଧରି ବିବାହ ପ୍ରତିଶୃତି ଦେଇ ସମ୍ପର୍କ ବାନ୍ଧି ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ଛାଡି ଲୁଚି ପଳାଇ ଆସି ନିଜ ଗ୍ରାମରେ ଅନ୍ୟତ୍ର ବିବାହ ପାଇଁ ଯୋଜନା ଚାଲିଥିବା ବେଳେ ପ୍ରେମିକା ଗୁଜୁରାତ ରୁ ଆସି କବିସୂର୍ଯ୍ୟନଗର ଥାନା ରେ ଗତ ୧୭ ତାରିଖ ଦିନ ଦ୍ୱାରସ୍ଥ ହୋଇଥିଲେ l ଗୁଜୁରାଟି ପ୍ରେମିକା ଜଣକ ଥାନାରେ ଅଭିଯୋଗ କରିବାର ଆଜକୁ କୋଡିଏ ଦିନରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉ ନଥିବା କାରଣରୁ ଆଜି ଛତ୍ରପୁର ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ପ୍ରେମିକା ମିଶି ବଡଆଗୁଳ ବଡ଼ସାହି ସ୍ଥିତ ପ୍ରେମିକ ର ଘର ସାମ୍ନାରେ ଧାରଣାରେ ବସିଥିବା ବେଳେ ଯଦି ପୀଡ଼ିତାଙ୍କୁ ନ୍ୟାୟ ନମିଳେ ତାହା ହେଲେ ଆନ୍ଦୋଳନ ଜାରିରହିବ ବୋଲି କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନେ ।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here