ହିନ୍ଦୁ ନବବର୍ଷ ପୂର୍ବରୁ ଦୁଇ ହଜାର ଯୁବକ ଧର୍ମ ରକ୍ଷା ପାଇଁ ଶପଥ ନେବେ

0
567

ନବରଙ୍ଗପୁର: ଆସନ୍ତା ଚୈତ୍ର ଶୁକ୍ଳ ପ୍ରତିପଦା ହିନ୍ଦୁ ନବବର୍ଷ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି କରୁଛି ହିନ୍ଦୁ ମହାସଂଘ। ଓଡ଼ିଶା ତଥା ଓଡ଼ିଶା ବାହାରେ ଅନ୍ୟାନ୍ୟ ଅଞ୍ଚଳରେ ଯେଉଁଠି ମହାସଂଘର ଶାଖା ଅଛି ଧୂମଧାମରେ ପାଳନ ହେବ ହିନ୍ଦୁ ନବବର୍ଷ, କାରଣ ଏହି ଦିନକୁ ମହାସଂଘ ର ପ୍ରତିଷ୍ଠା ଦିବସ ରୂପେ ମଧ୍ୟ ପାଳନ କରାଯାଏ। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାରୁ ଦୁଇ ହଜାର ଯୁବକଙ୍କୁ ହିନ୍ଦୁ ଧର୍ମ ରକ୍ଷା ପାଇଁ ଶପଥ ଦିଆ ଯିବ । ଏହି କାର୍ଯ୍ୟକ୍ରମ ଶିବରାତ୍ରୀ ଠାରୁ ମହାସଂଘ ଆରମ୍ଭ କରି ଦେଇଛି। ମହାସଂଘ ର କାର୍ଯ୍ୟକର୍ତ୍ତା ଗାଁ ଗାଁ ବୁଲି ଯୁବକ ମାନଙ୍କୁ ଧର୍ମ ରକ୍ଷା ପାଇଁ ଶପଥ କରାଉଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା ଓ କେନ୍ଦ୍ରୀୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଚୈତ୍ର ଶୁକ୍ଳ ପ୍ରତିପଦା ପାଳନ ପାଇଁ ହେଉଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ସମସ୍ତ ହିନ୍ଦୁ ସଂଗଠନ ଗୁଡ଼ିକ କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।

ରିପୋର୍ଟ- ଗଗନ ଗନ୍ତାୟତ,

LEAVE A REPLY

Please enter your comment!
Please enter your name here