ମୋତିରାମ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ

0
459

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ହୋଇଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ର ପ୍ରାର୍ଥୀପତ୍ର ଦାଖଲ ର ସମୟ ଅବଧି ମଧ୍ୟରେ ବିଜେଡି ର ମୋତିରାମ ନାୟକ ଏକ ମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଯାହା ଫଳରେ ନିର୍ବାଚନ ଅଧିକାରୀ ତାଙ୍କୁ ନିର୍ଦ୍ୱନ୍ଦ ରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ଘୋଷଣା କରିଛନ୍ତି । ଜିଲ୍ଲା ରେ ୨୬ ଟି ଜିଲ୍ଲା ପରିଷଦ ଯୋନ ଥିବା ବେଳେ ସେଥିମଧ୍ୟରୁ ବିଜେଡି ୨୪ ଟି ରେ ବିଜୟୀ ହୋଇଥିବା ବେଳେ ଗୋଟିଏ ରେ କଂଗ୍ରେସ ଓ ଗୋଟିଏ ରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ମୋତିରାମ ଦ୍ୱିତୀୟ ଥର ପାଇଁ ହେଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏଥିପୂର୍ବରୁ ୨୦୧୨-୧୭ ମଧ୍ୟରେ ଅଧ୍ୟକ୍ଷ ରହି ଥିଲେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here