ଭାଲୁ ଖେଳୁଛି ଫୁଟବଲ

0
466

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ସର୍କସରେ ହିଂସ୍ର ଜନ୍ତୁଙ୍କୁ ଖେଳୁ ଥିବାର ସମସ୍ତେ ଦେଖିଥିବେ ତାହା ପୁଣି ଜଣେ ରିଙ୍ଗ ମାଷ୍ଟରଙ୍କ ପରିଚାଳନାରେ । କିନ୍ତୁ ଜଙ୍ଗଲରେ ହିଂସ୍ର ଜନ୍ତୁ ଖେଳୁଥିବା ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ , କିନ୍ତୁ ଏହା ସତ୍ୟ ଘଟଣା । ଏମିତି ଦୁଇଟି କଂଗଲୀ ଭାଲୁ ଫୁଟବଲ୍ ଖେଳୁଥିବାର ଦେଖିବାକୁ ମିଳିଛି । ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ସୁକିଗାଁରେ ଯାହାର ଭିଡିଓ ବର୍ତ୍ତମାନ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଘଟଣା ଅନୁସାରେ ସୁଖୀ ଗାଁର କିଛି ପିଲା ଗାଁ ପଡ଼ିଆରେ ଫୁଟବଲ୍ ଖେଳୁଥିଲେ ଓ ପଡିଆ ନିକଟରେ ଥିବା ଜଙ୍ଗଲରୁ ଏହି ସମୟରେ ଦୁଇଟି ଭାଲୁ ପିଲାଙ୍କ ନିକଟକୁ ଆସିଥିଲେ । ପିଲାମାନେ ଭୟରେ ପଡିଆ ଛାଡି ଚାଲି ଯାଇଥିଲେ , କିନ୍ତୁ ବଲଟି ଛାଡି ଦେଇଥିଲେ । ମୁଁ ଭାଲୁ ଓ ଛୁଆ ଭାଲୁ ଫୁଟବଲ୍‌କୁ ନେଇ କିଛି ସମୟ ଖେଳିଥିଲେ । ପରେ ବକୁ ନେଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ । ପିଲାମାନେ ଭାଲୁ ଦୁଇଟିଙ୍କୁ କିଛି କ୍ଷତି କରିନାହାଁନ୍ତି କି ଭାଲୁ ଦୁଇଟି ମଧ୍ୟ କାହାର କିଛି କ୍ଷତି କରି ନାହାଁନ୍ତି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here