ବ୍ରହ୍ମପୁର ଟାଟା ପାୱାର ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

0
292

(ସମାଜ ସେବୀ ତଥା ଚେତାବନୀ ର ସମ୍ପାଦିକା ରଶ୍ମିତା କୁମାରୀ ପାଣିଗ୍ରାହୀ ଏବଂ ଏମ,କେ,ସି,ଜି ପ୍ରଫେସର ରିନା ମହାନ୍ତି ଙ୍କୁ ସନମ୍ମାନୀତ)
ବ୍ରହ୍ମପୁର: ମାର୍ଚ୍ଚ 8 ତାରିଖ ଟାଟା ପାୱାର ତରଫରୁ କର୍ପୋରେଟ ଅଫିସ ପରିସର କନଫେରେନ୍ସ ହଲ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଉକ୍ତ ଅଵସର ରେ ସମାଜସେବୀ ତଥା ଚେତାବନୀ ର ସମ୍ପାଦିକା ରଶ୍ମିତା କୁମାରୀ ପାଣିଗ୍ରାହୀ ଏବଂ ଏମ,କେ,ସି,ଜି ମେଡିକାଲ ର ପ୍ରଫେସର ଶ୍ରୀମତୀ ରୀନା ମହାନ୍ତି ଙ୍କୁ ଟାଟା ପାୱାର ର ସି, ଇ,ଓ ଶ୍ରୀ ଅରବିନ୍ଦ ସିଂ ଉପଢୌକନ ଓ ପୁଷ୍ପଗୁଛ ଦେଇ ସନ୍ନମାନ୍ୱିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସି,ଇ,ଓ ଶ୍ରୀ ଅରବିନ୍ଦ ସିଂ ସଭାପତିତ୍ୱ କରିଥିଲାବେଳେ ଏଚ,ଆର ମୁଖ୍ୟ ଶ୍ରୀ ଦୈତାରି ସ୍ୱାଇଁ ପରିଚାଳନା କରଥିଲେ । ସାଂମ୍ମାନୀତ ଅତିଥି ପ୍ରଫେସର ରିନା ମହାନ୍ତି ପଛୁଆ ବର୍ଗ ମହିଳାଙ୍କ। ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ମତବ୍ୟକ୍ତ କରିଥିଲାବେଳେ ସନ୍ନମାନିତ ଅତିଥି ରଶ୍ମିତା କୁମାରୀ ପାଣିଗ୍ରାହୀ ମହିଳା ମାନେ କିଛି କମ ନୁହନ୍ତି ବରଂ ପୁରୁଷ ମାନଙ୍କଠୁ ଢେର ଆଗରେ ବୋଲି କହିଥିଲେ। ସି,ଇ,ଓ ଶ୍ରୀ ଅରବିନ୍ଦ ସିଂ ପ୍ରେରଣଦୟକ ବକ୍ତବ୍ୟ ଦେଇ ମହିଳା ଅଧିକାରୀ ମାନଙ୍କୁ ବେଶ ପ୍ରେରଣା ଦେଇଥିଲେ ।ସି,ଇ,ଓ ଶ୍ରୀ ଅରବିନ୍ଦ ସିଂ , ରଶ୍ମିତା କୁମାରୀ ପାଣିଗ୍ରାହୀ ଏବଂ ରୀନା ମହାନ୍ତି ଙ୍କ ଦ୍ଵାରା କେକ କଟାଯାଇ ଓପନ ହାଉସ ଆଲୋଚନା କରାଯାଇଥିଲା । ଏଥିରେ ନିହାରିକ ପୂଜାରୀ, ଶ୍ରୀ ସୁନୀଲ ରଥ,ସୁକିଦା ରାଏ, ଶ୍ରୀମତୀ ଶର୍ମିଷ୍ଠା ଦାସ,ପ୍ରୀତି ଜେନ, ଶ୍ରୀନିବାସ ମହାରଣା,ଶୋଭନା ସାହାଣୀ,ଅର୍ଚ୍ଚନା ଧର ଏବଂ ବହୁ ମହିଳା ଅଧିକାରୀ ଉପସ୍ଥିତ ରହି ମହିଳା ଦିବସ କୁ ଗୌରବାନ୍ୱିତ କରିଥିଲେ।
ପରିଶେଷରେ ନିହାରିକା ମେମ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ

LEAVE A REPLY

Please enter your comment!
Please enter your name here