ସିଙ୍ଗିପୁର ପ୍ରାଥମିକ ବିଦ୍ୟାଳୟରେ ଲୋଗୋ ଉନ୍ମୋଚିତ

0
280

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସମଗ୍ର ଶିକ୍ଷା ଲୋଗୋ ଉନ୍ମୋଚନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଏଲିମେଣ୍ଟାରୀ ବିଭାଗ ବିଦ୍ୟାଳୟରେ ସମଗ୍ର ଶିକ୍ଷାର ଲୋଗୋ ଅଙ୍କନ କରି ଉନ୍ମୋଚନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ନିର୍ଦ୍ଦେଶ କ୍ରମେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସିଙ୍ଗିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ସେଠୀ, ଏସଏମସି ସଭାପତି ରାଧାକାନ୍ତ ପରିଡା,ଓ ସହକାରୀ ଶିକ୍ଷକ ବିଜୟ କୁମାର ଜେନା ଯୋଗ ଦେଇଥିଲେ। ଅଭିଭାବକ ତଥା ଗ୍ରାମବାସୀ ବୃନ୍ଦଙ୍କୁ ସର୍ବଶିକ୍ଷା ଅଭିଯାନର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଯାଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here