ଡକ୍ଟର ଓ ଆମ୍ବାସଡ଼ର ପଦରେ ଭୂଷିତ ହେଲେ ଶିକ୍ଷକ ,କବି ଡମ୍ବରୁଧର

0
278

ବ୍ରହ୍ମପୁର :ଦୀର୍ଘ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ଅନ୍ତର୍ଗତ ସୁରଳ ଗ୍ରାମର ଜଵାହର ନବୋଦୟ ବିଦ୍ୟାଳୟ,ପାରଳାଖେମୁଣ୍ଡି , ଗଜପତି ଜିଲ୍ଲାରେ କାର୍ଯ୍ୟରତ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଓଡ଼ିଆ ଶିକ୍ଷକ, କବି ଡମ୍ବରୁଧର ବେହେରାଙ୍କୁ ଇଣ୍ଟରନେସନାଲ ଏକାଡେମୀ ଅଫ ଇଣ୍ଟଗ୍ରାଲ ଡେଭଲପମେଣ୍ଟ ଫର ପିସ ମେକ୍ସିକୋ ତରଫରୁ ଡକ୍ଟର ଏବଂ ଆମ୍ବାସଡ଼ର ପଦରେ ଏବଂ ଅନ୍ତର୍ଜାତୀୟ ହ୍ୟୁମାନଟରିଆନ ସଂସ୍ଥା ତରଫରୁ ହୋନୋରାରୀ ପ୍ରଶଂସା ପତ୍ର ସହ ଡକ୍ଟରେଟ ପଦରେ ଭୂଷିତ କରାଯାଇଛି।ସୂଚନାଯୋଗ୍ୟ, ବିଶ୍ଵର ଏକ ସାଂସ୍କୃତିକ ଏବଂ ସାହିତ୍ୟ ସଂଗଠନ ଏଚ଼. ଆର୍. ଡ. ଜାମିଲା ସଫିଆ ସାଧାରଣ ସଭାପତି, ଏଚ. ଓ ଓ. ଜିଏମ. ଏମ ବି. ପ୍ରଫେସର ଡ. ୟୋଗରାଜ ,ୱେମ୍ବରଭେଲ୍ୟୁ ସାଧାରଣ ଉପଦେଷ୍ଟା ଏବଂ ପୂର୍ବ ,ଦକ୍ଷିଣ ଏସିଆ ସମନ୍ଵୟକାରୀ ନେତୃତ୍ୱ ନେଇଛନ୍ତି।ଏହି ସଂଗଠନ ସାଧାରଣତଃ ଡକ୍ଟର ଓ ଆମ୍ବାସଡ଼ର ପଦରେ ଭୂଷିତ ସେହିବ୍ୟକ୍ତିଙ୍କୁ ପ୍ରଦାନ କରିଥାଏ ଯିଏ ବିଶ୍ୱରେ ସାହିତ୍ୟ,ଶାନ୍ତିର ସାଂସ୍କୃତିକ ପ୍ରଚାର ଓ ପ୍ରସାର କରିଥାନ୍ତି।

ବିଶ୍ଵ ମହାମାରୀ କାଳରେ ଦୀର୍ଘଦିନ ଧରି ଉଭୟ ଓଡ଼ିଆ ଓ ଇଂରାଜୀ କବିତାରେ ସକ୍ରିୟ ରହିବା ସହ ଓଡ଼ିଶା ,ଭାରତ ତଥା ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ ସାହିତ୍ୟ ସଂସ୍ଥା ସହ ଯୋଡିତ ରହିବା ସଙ୍ଗେ ସଙ୍ଗେ ଆମ ଆଞ୍ଚଳିକ ଦୈନିକ ଖବର କାଗଜ ତଥା ପତ୍ରପତ୍ରିକାରେ ବିଭିନ୍ନ ପ୍ରକାରର କବିତା,ପ୍ରବନ୍ଧ ତଥା ଗଳ୍ପ ଆଦି ପ୍ରକାଶିତ କରି ଆସୁଛନ୍ତି।
ଶିକ୍ଷକ,ଶ୍ରୀ ବେହେରା ନିକଟ ଅତୀତରେ ତାଙ୍କ ଦ୍ଵାରା ରଚିତ କବିତା ” ତଥାଗତ ବୁଦ୍ଧ ” ପାଇଁ ୟଙ୍ଗ ବୁଦ୍ଧିଷ୍ଟ ଆସୋସିଏସନ୍ ,ଓଡ଼ିଶା ତରଫରୁ ଧର୍ମଚକ୍ର ପରିବର୍ତ୍ତନ କବିତା ଆସର ଉତ୍ସବରେ ‘ ଏକ୍ସଲେଣ୍ଟ ଆୱାର୍ଡ଼ ଏବଂ ଆନ୍ତର୍ଜାତିକ ସାହିତ୍ୟ ସଂସ୍ଥା ରିଥିମ୍ ଅଫ ଦା ହାର୍ଟ ତରଫରୁ ଚଳିତ ସାପ୍ତାହିକ କବିତା ପ୍ରତିଯୋଗିତାରେ କବିତା ” ଡ୍ରିମ୍ ” ପାଇଁ ବିଶ୍ଵର ଶ୍ରେଷ୍ଠ ଦଶ ଜଣ କବିଙ୍କ ମଧ୍ୟରେ ‘ଆୱାର୍ଡ଼ ଅଫ ୨୦୨୧ ‘ ପ୍ରମାଣ ପ୍ରଦାନ କରାଯାଇଛି।
ଏଥିସକାଶେ, ଏଚ଼. ଆର୍. ଡ. ଜାମିଲା ସଫିଆ ସାଧାରଣ ସଭାପତି, ଏଚ. ଓ ଓ. ଜିଏମ. ଏମ ବି. ପ୍ରଫେସର ଡ. ୟୋଗରାଜ ,ୱେମ୍ବରଭେଲ୍ୟୁ ସାଧାରଣ ଉପଦେଷ୍ଟା ଏବଂ ପୂର୍ବ ,ଦକ୍ଷିଣ ଏସିଆ ସମନ୍ଵୟକାରୀଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।କବି ଡମ୍ବରୁଧରଙ୍କ ଜନ୍ମସ୍ଥାନ ହେଉଛି ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ସୁରଳା ଗ୍ରାମରେ । ଶ୍ରୀ ବେହେରା ପିତା ସ୍ବର୍ଗତ ଲକ୍ଷ୍ମନାରାୟଣ ବେହେରା ଓ ମାତା ପାର୍ବତୀ ବେହେରାଙ୍କ କନିଷ୍ଠ ସନ୍ତାନ। ତାଙ୍କର ଏହି ସଫଳତା ପାଇଁ ତାଙ୍କର ଜନ୍ମମାଟି ଓ କର୍ମମାଟି (ଗଜପତି) ଅଞ୍ଚଳର ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି ଓ ତାଙ୍କର ଏତାଦୃଶ ସଫଳତା ପାଇଁ ପାଠକ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here