ମାନବତା ଅଭିଯାନ କାଯ୍ୟକ୍ରମ ଅନୁଷ୍ଠିତ

0
280

ଭଞ୍ଜନଗର : ବିଶ୍ବ ଓଡ଼ିଶା ଓ ନାୟକ ଫାଉଣ୍ଡେସନ, ୟୁକେ ମିଳିତ ଆନୁକୂଲ୍ୟରେ ଆଜି ଭଞ୍ଜନଗର, ଗଞ୍ଜାମ ଠାରେ *ମାନବତା ଅଭିଯାନ (Campaign for Humanity)* କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ସମାଜର ଅବହେଳିତ ବର୍ଗ ସହିତ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଚିଦାନନ୍ଦ କୁଷ୍ଠାଶ୍ରମ, ଡହରୋଡ଼, ବଡ଼କୋଦଣ୍ଡା ଠାରେ ଅନୁଷ୍ଠିତ ହେବା ସହିତ ସେମାନଙ୍କୁ ବସ୍ତ୍ର ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି ।
ଏହି ଅବସରରେ ଉପସ୍ଥିତ
ବୁଦ୍ଧିଜୀବୀବର୍ଗଙ୍କ ସହିତ ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ମାନବତାଧର୍ମ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ଯୁକ୍ତରାଜ୍ୟରେ ଅବସ୍ଥାନ କରୁଥିବା
ନାୟକ ଫାଉଣ୍ଡେସନର, ୟୁକେର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା
ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ, ୟୁକେ ଡ.ମଳୟ କୁମାର ନାୟକ ଏହି ସହାୟତା ପ୍ରଦାନ କରିଥିବାରୁ ଉପସ୍ଥିତ ସ୍ଥାନୀୟ ବୁଦ୍ଧିଜୀବୀ ତାଙ୍କୁ ପ୍ରଶଂସା କରିଥିଲେ ।
ଏହି ଅବସରରେ ଡ. ନାୟକ ପରବର୍ତ୍ତୀ ସମୟରେ କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଆଞ୍ଚଳିକ ବିକାଶ ଉପରେ ନାୟକ ଫାଉଣ୍ଡେସନ ଗୁରୁତ୍ୱ ଦେବ ବୋଲି କହିଥିଲେ ।
ବିଶ୍ବ ଓଡ଼ିଶାର ସାଧାରଣ ସମ୍ପାଦକ ତଥା ପରିଚାଳନା ନ୍ୟାସୀ ମନୋଜ ମନ୍ମୟ ଏହି ମାନବତା ଅଭିଯାନ କ୍ରମରେ ବିଶ୍ୱରେ ସଂଘଟିତ ଯୁଦ୍ଧ ପରିସ୍ଥିତିରେ ମାନବିକତା ପ୍ରତି ବିପଦ ସୃଷ୍ଟି ହୋଇଛି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମ ରେ ନାୟକ ଫାଉଣ୍ଡେସନ ର ନିର୍ଦ୍ଦେଶକ ମୋନାଲିସା ନାୟକ, ସଭ୍ୟ ମୟଙ୍କ ନାୟକ (ମ୍ୟାକ୍ସ), ସାମାଜିକ କର୍ମୀ ଶୂଳପାଣି ଶତପଥୀ, କୁମାର କାର୍ତ୍ତିକେଶ୍ବର ପ୍ରଧାନ, ବିଜୟ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ସାମ୍ବାଦିକ ବାଳକୃଷ୍ଣପଟ୍ଟନାୟକ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here