୪୨ ନଂ ଜୋନରେ ବିଜେଡି ପ୍ରାର୍ଥୀ ଗଙ୍ଗାପାଣି ଜେନା ବିଜୟୀ

0
387

ବୁଗୁଡା : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ୪୨ ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଗଙ୍ଗାପାଣି ଜେନା ୪୭୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏନେଇ ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଘୋଷଣା କରିଛନ୍ତି। ବିଜେଡି ପ୍ରାର୍ଥୀ ଗଙ୍ଗାପାଣି ଜେନା ୧୧୫୫୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ଭୁୟଁl ୬୮୩୫ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଜାନକୀବଲ୍ଲଭ ରାଉତ ୭୮୩ ଖଣ୍ଡ ଭୋଟ ପାଇଛନ୍ତି। ବିଜୟ ଲାଭ ପରେ ଶ୍ରୀ ଜେନା ୪୨ ନଂ ଜିଲ୍ଲା ପରିଷଦ ଅନ୍ତର୍ଗତ ଖୋଳଖାଳି, ଗୋଳାବନ୍ଧ, ଗୌଡ଼ିଆବୋରଦା, ମାଣିତରା, ମୋଟାବାଡ଼ି ଓ ଶଙ୍କୁରୁ ଗ୍ରାମପଞ୍ଚାୟତର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ସହଯୋଗୀମାନଙ୍କୁ ଧନ୍ୟବାଦ ଦେବାସହ ଶୁଭେଚ୍ଛା ଜଣାଇଛନ୍ତି। ବିଜୟର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଶ୍ରୀକାନ୍ତ ସାହୁ ଙ୍କୁ ପ୍ରଦାନ କରିବା ସହ କୃତଜ୍ଞତା ଜାଣଇଛନ୍ତି।

ରିପୋର୍ଟ:ସ୍ଵରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here