ଆଠଗଡପାଟଣା ଅଞ୍ଚଳରେ ଚୋରଙ୍କ ଉପଦ୍ରବ

0
302

କବିସୂର୍ଯ୍ୟନଗର(ଜଗନ୍ନାଥ ସାହୁ) କିଛି ଦିନର ନୀରବତା ପରେ , ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଚୋର ଙ୍କ ଉପଦ୍ରବ ନଜରକୁ ଆସିଛି । ଏହି ଥାନା ଅନ୍ତର୍ଗତ ଆଠଗଡପାଟଣା ନିକଟ କାଳୀ ମନ୍ଦିର , ନୀଳକଣ୍ଠେଶ୍ଵର ମନ୍ଦିର ଓ ଛିନ୍ନମସ୍ତା ମନ୍ଦିର ର ଦାନହୁଣ୍ଡି ଭାଙ୍ଗି , ଟଙ୍କା ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ମନ୍ଦିର ର ତାଲା ଭଙ୍ଗାଯିବା ସହ ଭଙ୍ଗା ଦାନହୁଣ୍ଡି କୁ ଦୁର୍ବୃତ୍ତ ମାନେ ଫୋପାଡି ଦେଇଥିବା ନଜରକୁ ଆସିବା ପରେ ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ଲୋକ ଏବଂ ସଂପୃକ୍ତ ମନ୍ଦିର ର ପୂଜକ ମାନେ ଜାଣିବାକୁ ପାଇଥିଲେ । ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ଏନେଇ କବିସୂର୍ଯ୍ୟନଗର ଥାନା ରେ କୈାଣସି ଅଭିଯୋଗ ହୋଇନଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here