ମାଲକାନଗିରିର ଝିଅ,ପ୍ରଥମ କୋ-ପାଇଲଟ୍ ଭାବେ ନିଯୁକ୍ତି ପାଇଲେ ଅନୁପ୍ରିୟା ଲାକ୍ରା

0
810

ମାଲକାନଗିରି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପଛୁଆ ଜିଲ୍ଲାର ଆଗୁଆ ଝିଅ, ମାଲକାନାଗିରି ଜିଲ୍ଲାର ପ୍ରଥମ ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା ମହିଳା ପାଇଲଟ ଭାବେ ଘରୋଇ ଏୟାରଲାଇନ୍ସ ନିଯୁକ୍ତି ପାଇଛନ୍ତି । ମାଲକାନଗିରି ଦୀପ୍ତି କନ୍ଭେଣ୍ଟରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ସେମିଳିଗୁଡ଼ା ଜୀବନ ଜ୍ୟୋତି ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢିଥିଲେ । ପରେ ଭୁବନେଶ୍ୱରରେ କିଛି ଦିନ ଇଞ୍ଜିନିୟରିଂ କରିବା ବେଳେ ପାଇଲଟ ହେବାର ଆଶା ରଖିଥିଲେ । ଇଞ୍ଜିନିୟରିଂ ପାଠ ଅଧାରୁ ଛାଡି ଭୁବେନଶ୍ୱରରେ ପାଇଲଟ ତାଲିମ ପାଇଁ ଆବେଦନ କରିଥିଲେ । ପରେ ଦିଲ୍ଲୀ, ବାଙ୍ଗାଲୁର ଓ ମୁମ୍ବାଇରେ ବିଭିନ୍ନ ସ୍ଥାନରେ ପାଇଲଟ ପାଇଁ ପ୍ରବେଶିକା ପରୀକ୍ଷା ଦେବା ପରେ ଯୋଗ୍ୟ ବିବେଚିତ ହୋଇଥିଲେ । ୨୦୧୨ ମସିହାରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ ଷ୍ଟାଇପେଣ୍ଡ ମିଳିଥିଲା । ତେବେ ଚଳିତ ମାସ ସେ ଦକ୍ଷତାର ସହ ତାଲିମପ୍ରାପ୍ତ ପାଇଲଟ ଭାବେ ଏକ ଘରୋଇ କମ୍ପାନୀର କୋ-ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି । ସେ ଖୁବ୍ ଶୀଘ୍ର ସିଙ୍ଗାପୁରରେ ନିଜ କାର୍ଯ୍ୟରେ ଯୋଗଦେଇ ଦେଶ ବିଦେଶକୁ ବୋଇଙ୍ଗ ଉଡ଼଼ାଣ କରିବେ ।

LEAVE A REPLY

Please enter your comment!
Please enter your name here