ଆରମ୍ଭ ହେଲା ପ୍ରାଇଭେଟ୍ କ୍ଲିନିକ ରେଜିଷ୍ଟ୍ରେସନ ପ୍ରକ୍ରିୟା

0
752

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଏଣିକି ପ୍ରାଇଭେଟ୍ କ୍ଲିନିକଗୁଡିକ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ନର୍ସିଂହୋମ୍ କିମ୍ବା କ୍ଲିନିକ ଖୋଲିବାକୁ ଆଉ ହେବନି ଅସୁବିଧା। ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ସିଷ୍ଟମ ସେବାର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ,ଏଥିରେ ତିନି ମହଲାରୁ କମ, ୧୨ ମିଟର ଉଚ୍ଚତା ବିଶିଷ୍ଟ ଓ ୩୦ ଶଯ୍ୟାରୁ କମ, ଆଇସିୟୁ ନଥିବା କ୍ଲିନିକଗୁଡିକୁ ରେଜିଷ୍ଟର କରାଯିବ । ସେମାନଙ୍କୁ ଅନ ଲାଇନ ଆବେଦନ କରିବାକୁ ପଡିବ । ସିଡିଏମ ଏହାର ତଦାରଖ କରି ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବେ । ତା ପରେ ଜିଲ୍ଲାପାଳଙ୍କ ରିପୋର୍ଟ ପାଇ ସାରିଲା ପରେ କ୍ଲିୟରାନ୍ସ ମିଳିବ । ୯୦ ଦିନ ଭିତରେ ମିଳିବ ପଞ୍ଜୀକରଣ । ଏହା ଦ୍ୱାରା ରାଜ୍ୟରେ ଥିବା ପ୍ରାୟ ୧୮୦୦ କ୍ଲିନିକ ଉପକୃତ ହେବେ । ଅଗ୍ନିଶମ ବିଭାଗ ପାଖକୁ ବାରମ୍ବାର ଦୌଡିବାକୁ ପଡିବ ନାହିଁ ।

LEAVE A REPLY

Please enter your comment!
Please enter your name here