ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଉପାନ୍ତ ଅଞ୍ଚଳ ଗସ୍ତ

0
766

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ବାଘଲଟି ପ୍ରକଳ୍ପ ଉନ୍ମୋଚନ ହେବା ପରେ ଆଁକୁଲି ପଞ୍ଚାୟତରେ ଥିବା ୬ଟି ଗାଆଁ ଏଲଗଲ,ଶିରୀଶଗଣ୍ଡ,ବେହେରାପୁଟ,ମଝିବନ,ବଣିଆବସା ଗ୍ରାମାଞ୍ଚଳର ପାହାଡିଆ ଅଞ୍ଚଳର ଜୀବିକାକୁ ଆଧାର କରି କିଛି ଆଦିବାସୀ ପରିବାର ସେଠାରେ ପଡିରହିଛନ୍ତି । ୨୦୧୫ ବ୍ୟାଚର ଯୁବ ଆଇ .ଏ.ଏସ୍ ଅଫିସର ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଆଙ୍କୁଲି ପଞ୍ଚାୟତର ବୁଲି ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଏହି ଯୁବ ଆଇ .ଏ.ଏସ୍ ଅଫିସର ଡଙ୍ଗାରେ ୬ କିଲୋମିଟର ଏବଂ ପାଦରେ ଚାଲି ଚାଲି ୧୦ କିଲୋମିଟର ଯାଇଥିବା ବେଳେ ଏହି ଅଞ୍ଚଳର ବିକାଶ ଓ ବିଭିନ୍ନ ସମସ୍ୟା କିଭଳି ରହିଛି ଲୋକଙ୍କ ସ୍ଥିତି, କଣ ସବୁ ସମସ୍ୟାର ସମ୍ମୁଖୀନ କରୁଛନ୍ତି ବୁଝିବାକୁ ଯାଇ, ଏହି ଅପହଞ୍ଚ ଗ୍ରାମ ଗୁଡିକ ବିଷୟରେ ପଚାରି ବୁଝିଥିଲେ । ଏହି ଆଦିବାସୀ ପରିବାର ଙ୍କୁ ରାଜ୍ୟ ସରକାରଙ୍କ ବିକାଶ ଗାଡ଼ିରେ କିଭଳି ବସାଇ ହେବ ସେହି ପ୍ରଚେଷ୍ଟା ଏବେ ଜାରି ରଖିଛନ୍ତି ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ।

LEAVE A REPLY

Please enter your comment!
Please enter your name here