ଚୋରକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଲଣ୍ଡା କଲେ ଲୋକେ

0
786

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ଥାନା ଛଣମେରି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଆଜି ସକାଳୁ ଛଣମେରି ଗାଁର ଆଡୁଆ ସାହି ବାସିନ୍ଦା ସୁଦର୍ଶନ ଚୌଧୁରୀ(୩୦) କୁ ଗ୍ରାମର କିଛି ଯୁବକ ସନ୍ଧେହ ଜନକ ଭାବେ ପଚରା ଉଚରା କରିବାରୁ,ସେ ଗ୍ରାମର ଶିବ ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି କରିଥିବା ମାନିନେଇଥିଲା ଏବଂ ମୂର୍ତ୍ତିଟିକୁ ଫେରାଇ ଦେଇଥିଲା। କିନ୍ତୁ କିଛି ଯୁବକ ଉତ୍ୟକ୍ତ
ହୋଇ ଯୁବକକୁ ଅଧା ଲଣ୍ଡା କରି ବେକରେ ଜୋତା ମାଳ ପକାଇ ବାଡେଇ ବାଡେଇ ଗାଁ କୁ ଗାଁ ବୁଲାଇ ବଡ଼ ସାହି ଠାରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇ ଥିଲେ । ପୂର୍ବରୁ ଏହି ଯୁବକ ଜଣଙ୍କ ବହୁ ଛୋଟ ବଡ଼ ଅପରାଧୀକ କାର୍ଯ୍ୟକଳାପ କରି ବର୍ତ୍ତି ଯାଇଥିଲା । ସେହି ଗ୍ରାମରୁ ଖବର ପାଇ ଦିଗପହଣ୍ଡି ଥାନା ଅଧିକାରୀ ଛଣମେରୀ ଗ୍ରାମକୁ ଯାଇ ଚୋରକୁ ଉଦ୍ଧାର କରି ଥାନାକୁ ଆଣିଥିଲେ ଓ ପରେ ଦିଗପହଣ୍ଡି ମେଡ଼ିକାଲ ନେଇ ଚିକିତ୍ସା କରାଇ ତଦନ୍ତ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here