ଏକ ପିଙ୍କ ବୁଥ ସହ ୨୮୭ ବୁଥରେ ୬୪.୪୩ % ମତଦାନ

0
269

ବୁଗୁଡା : ଫେବୃଆରୀ ୧୮ ତାରିଖରେ ଅନୁଷ୍ଠିତ ଦ୍ଵିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ବୁଗୁଡା ବ୍ଲକରେ ୬୪.୪୩ ପ୍ରତିଶତ ଭୋଟଦାନ ହୋଇଥିବା ବୁଗୁଡ଼ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ବୁଗୁଡା ବ୍ଲକରେ ୨୧ ଟି ଗ୍ରାମ ପଞ୍ଚାୟତର ୨୮୭ ବୁଥରେ ୯୮,୩୮୦ ଭୋରଙ୍କ ମତଦାନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ମୋଟ ୬୩୩୮୭ ଜଣ ମତଦାନ ପ୍ରଦାନ କରିଛନ୍ତି। ମତଦାତା ମାନଙ୍କ ମଧ୍ୟରୁ ୨୯୮୭୫ ଜଣ ପୁରୁଷ ଭୋଟ ଦେଇଥିବା ବେଳେ ୩୩୫୧୨ ମହିଳା ଭୋଟର ମତଦାନ ଦେଇଛନ୍ତି। ପୁରୁଷ ମତଦାନ ୩୦.୩୭ ପ୍ରତିଶତ ହୋଇଥିବା ବେଳେ ମହିଳା ମତଦାନ ୩୪.୦୬ ପ୍ରତିଶତ ହୋଇଛି। କୌଣସି ତୃତୀୟ ଲିଙ୍ଗ ଭୋଟ ଦେଇନାହାଁନ୍ତି। ବୁଗୁଡା ବ୍ଲକରେ ବାଲିପଦର ଗ୍ରାମର ୮ ନମ୍ବର ୱାର୍ଡ ପିଙ୍କ ବୁଥ ଥିବା ବେଳେ ସେହି ବୁଥରେ ଭୋଟ ପରିଚାଳନା ପାଇଁ ମହିଳା କର୍ମଚାରୀ ବୃନ୍ଦ ନିୟୋଜିତ ହୋଇଥିଲେ। ବୁଗୁଡା ବ୍ଲକରେ ତିନି ଗୋଟି ଜିଲ୍ଲା ପରିଷଦ, ୨୧ ଗୋଟି ସମିତି ସଭ୍ୟ , ୨୦ ଗୋଟି ସରପଞ୍ଚ ସହ ୱାର୍ଡ ମେମ୍ବର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପାଙ୍ଗିଡ଼ି ଗ୍ରାମ ପଞ୍ଚାୟତର ବିଜେଡି ସମର୍ଥୀତ ସରପଞ୍ଚ ଭାଗ୍ୟଲତା ବିଷୋୟୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୧୦୯ ୱାର୍ଡ ମେମ୍ବର ପଦବୀ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ଭୋଟ ଶେଷ ହୋଇଥିବା ବେଳେ ପ୍ରତିଦ୍ୱନ୍ଦିତା କରିଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଥିବା ବେଳେ ବୁଗୁଡା ବ୍ଲକରେ ଭୋଟଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here